ବିଶ୍ୱ ଅଙ୍ଗ ଦାନ ଦିବସରେ ରକ୍ତଦାନ ଶିବିର ; ୫୨ୟୁନିଟ ରକ୍ତ ସଂଗୃହୀତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହାନଦୀ ଫିଲିଙ୍ଗ ଷ୍ଟେସନ, କେଶରୀ ପାଲି, ମହୁଲପାଲି ବରଗଡ ଠାରେ ସମ୍ପୁର୍ଣ ଶରୀର ଦାନ କରିଥିବା ସ୍ୱର୍ଗତ ଚମ୍ପାବତୀ ପ୍ରଧାନ ଙ୍କ ଶ୍ରାଦ୍ଧ ଦିବସ ଓ ବିଶ୍ୱ ଅଙ୍ଗ ଦାନ ଦିବସ ଅବସରରେ ନିଷ୍ଠା ପରିବାର ତରଫ ରୁ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଭୁବନେଶ୍ଵର ଧର,
ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଅନ୍ଧତ୍ୱ ଦୂରୀକରଣ ପାଇଁ ଚକ୍ଷୁ ଦାନ ତଥା ଡାକ୍ତରୀ ଶିକ୍ଷା ର ବିକାଶ ପାଇଁ ସମ୍ପୂର୍ଣ ଶରୀର ଦାନ କରିଛନ୍ତି ଭେଡେନ ଟିହୀଙ୍କି ପାଲି ର ସ୍ଵର୍ଗତ ଗଙ୍ଗାଧର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ସ୍ୱର୍ଗତ ଚମ୍ପାବତୀ ପ୍ରଧାନ।ସ୍ୱର୍ଗତ ପ୍ରଧାନ ଙ୍କ ସୁପୁତ୍ର ରମେଶ ପ୍ରଧାନ ଓ ଉମେଶ ପ୍ରଧାନ, ଝିଅ ଯଜ୍ଞସିନି ବାରିକ ଜ୍ବାଇଁ ସତ୍ୟନାରାୟଣ ବାରିକ ନଳିନୀ ପ୍ରଧାନ, ମହେଶ ପ୍ରଧାନ,ପରିବାର ବର୍ଗ ଓ ଶୁଭେଚ୍ଛୁ ମାନେ ସ୍ଵତଃ ରକ୍ତ ଦାନ କରିଥିଲେ । ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଙ୍କେତ ଆଠଘରା, ଜୟନ୍ତ ପ୍ରଧାନ ବିଦ୍ୟାଧର ଭୋଇ ଚିତ୍ର ପ୍ରଧାନ, ହେମାଞ୍ଚଲ ସାହୁ ଓ ଅନ୍ୟ ସଦସ୍ୟ ମାନେ ଶିବିର ପରିଚାଳନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୮/୨୦୨୪---୨,୨୫ Sakhigopal News,14/8/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୮/୨୦୨୪---୨,୨୫ Sakhigopal News,14/8/2024