Breaking News

ଲରମ୍ଭା କଲେଜରେ ମା'ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

 
ବରଗଡ଼--- ' ଅତାବିରା ବ୍ଲକ ସ୍ଥିତ  ଲରମ୍ଭା  ମହାବିଦ୍ୟାଳୟରେ ମା'ପାଇଁ ଗଛଟିଏ'-  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଆଜି ହରଘର ତ୍ରିରଙ୍ଗା ଯାତ୍ରା ସମାପନ ପରେ ଅନିକା ନଳିଆ ସ୍ଥିତ ନଘାପାଲି ଶିବ ମନ୍ଦିର ରାସ୍ତା, କଲେଜ ପାଠାଗାର ପରିସର ରେ କୃଷ୍ଣଚୂଡା, ତୁତ୍, ଅଁଳା, କୁଲେର , ଶିଶୁ , କରଂଜ, ଡାଳିମ୍ବ, ଅମୃତଭଣ୍ଡା , ମାୟା, ବାଉଁଶ, ମୁନଗା ଆଦି ଚାରା ରୋପଣ ଜାତୀୟ ସେବା ଯୋଜନା ସମ୍ବଲପୁର ବିଶ୍ବବିଦ୍ୟାଳୟର ଆର୍ଥିକ ସହାୟତାରେ କରାଯାଇଛି । ଏଥିରେ ଜାତୀୟ ସେବା ଯୋଜନା ର ଅଧିକାରୀ ଡଃ ଅଜିତ କୁମାର ନାଥ,ସଂଘମିତ୍ରା ମହାକୁର, ଗଣେଶ ସିଂ, ଯୁବ ରେଡକ୍ରସ ଅଧିକାରୀ ସୁନୀଳ ପ୍ରଧାନ, କାଦମ୍ବିନୀ ଗୁରୁ, ଏନ.ସି.ସି ଆର୍ମିର ପାଟମଂଜରୀ ସାହୁ, ଏନ.ସ.ସି. ନାଭାଲର ସରୋଜ କୁମାର ନାୟକ, ବରଗଡ ସ୍ଥିତ  ଶ୍ରୀସତ୍ୟସାଇସେବା ସଂଘ,  ସ୍ଥାନୀୟ ଲୋକ ପ୍ରତିନିଧି ,  ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ  ଯୋଗଦେଇ ଚାରାରୋପଣ କରିଥିଲେ।  ପରେ ସ୍ଥାନୀୟ ଅଞ୍ଚଳର କିଛି ସାମାଜିକ ଅନୁଷ୍ଠାନ, ଟାମ୍ପରସରା ହାଇସ୍କୁଲ,  ଶିବମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ଚାରା  ବଣ୍ଟନ କରାଯାଇଥିଲା ।ଏଥିରେ ମହାବିଦ୍ୟାଳୟର ଗିରିଧାରୀ ପୁଟେଲ, ଗଣେଶ ପାଇକ ବୃକ୍ଷପ୍ରେମୀ ବିନୋଦ ସାହୁ ସହଯୋଗ କରିଥିଲେ । ସମସ୍ତ ଚାରାକୁ ବରଗଡ ଜିଲ୍ଲା ଜଙ୍ଗଲ ବିଭାଗ ତରଫରୁ  ଚକୁଳି ଫାର୍ମରୁ ଅଣାଯାଇଅଛି  ଚଳିତ ସ୍ବାଧୀନତା ଦିବସରେ କଲେଜ ସ୍ଥିତ ହଷ୍ଟେଲ୍ ପରିସର  ଓ ପଡିଆ ଭିତରେ ଚାରାରୋପଣ କରାଯିବା ପାଇଁ ସ୍ଥିର କରାଯାଇଅଛି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୮/୨୦୨୪----୪,୩୫ Sakhigopal News,14/8/2024

Blog Archive

Popular Posts