ବିଦ୍ୟାଳୟ ରେ ବଜ୍ରାଘାତ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ଭଞ୍ଜନଗର ---- ବିଦ୍ୟାଳୟ ରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରାଘାତ ଘଟିଛି। ବର୍ତ୍ତିଗଲେ ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ହାଇସ୍କୁଲ ରେ ଘଟିଛି ଏଭଳି ଘଟଣା । ତଥାପି, ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ପ୍ରକାରେ, ଗାଲେରୀ ହାଇସ୍କୁଲର ୧୦ମ ଶ୍ରେଣୀ ପିଲାଙ୍କ ପାଠପଢା ଚାଲିଥିଲା । ଏହି ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ବଜ୍ରାଘାତ ବିଦ୍ୟୁତ୍ ଆଘାତ ଯୋଗୁଁ, ଶ୍ରେଣୀ କକ୍ଷର ଫ୍ୟାନ୍ କୁ ବିଦ୍ୟୁତ୍ ସରବରାହ ହୋଇଥିଲା । ଏହାପରେ, ଛାତ୍ର ଛାତ୍ରୀ ମାନେ ବସିଥିବା ଲୁହାର ଟେବୁଲ୍ ଓ ବେଞ୍ଚ୍ କୁ ମଧ୍ୟ ବିଦ୍ୟୁତ୍ ଝଟକା ଲାଗିଥିଲା । ଏହାଯୋଗୁଁ ସମସ୍ତ ଛାତ୍ର ଛାତ୍ରୀ ଜଣକ ପରେ ଜଣେ ବିଦ୍ୟାଳୟରେ ହିଁ ଟଳି ପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଗାଲେରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବାର ଚିକିତ୍ସା କରୁଥିବା ଡାକ୍ତର ଭଗବାନ ସାହୁ କହିଛନ୍ତି । ଅସୁସ୍ଥ ମାନେ ହେଲେ, ସୋନାଲି ଗୌଡ, ଖୁଲି ଦଳବେହେରା, ଇପ୍ସିତା ଗୌଡ, ଶ୍ରୀ ନିବାସ ଗୌଡ, ଅରକ୍ଷିତ ଗୌଡ , ରିଙ୍କି ନାୟକ, ଆହୁତି ନାୟକ, ଝରଣା, ସନ୍ଧ୍ୟା, ରୁଦ୍ର, ଶ୍ରଦ୍ଧାଞ୍ଜଳି ଏବଂ ରାଣୀ ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି । ଏହି ଖବର ପଚାରିତ ହେବା ପରେ ଗାଲେରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ,ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ତାରସିଂ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୮/୨୦୨୪----୮,୫୫ Sakhigopal News,13/8/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୮/୨୦୨୪----୮,୫୫ Sakhigopal News,13/8/2024