Breaking News

ଜଟଣୀ ସହରରେ “ଘରେ ଘରେ ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ



ଜଟଣୀ :  ୭୮ ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶବ୍ୟାପୀ ଚାଲିଥିବା ଚାଲିଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଯାୟୀ ଜଟଣୀ ସହରରେ “ଘରେ ଘରେ ଉଡ଼ିବ ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜଟଣୀ ମ୍ୟୁନିସିପାଲଟି ପକ୍ଷରୁ ସକାଳ ୧୦ ଘଟିକା ସମୟରେ ନାଇଜର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ପୌରାଞ୍ଚଳ ଶେଷ ସୀମା କୁଦିଆରି ପର୍ଯ୍ୟନ୍ତ ଯାଇ ସେଠାରୁ ପ୍ରତ୍ୟାବର୍ତ୍ତନ କରି ଟାଉନହଲ ପରିସର ପର୍ଯ୍ୟନ୍ତ ଆସିଥିଲା I ସେଠାରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଅନନ୍ତ ବେହେରା, ଉପାଧ୍ୟକ୍ଷା ଆରତୀ ରାଉତ, ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ସମ୍ଭାବନା ପରିବାରର କର୍ମକର୍ତ୍ତାଙ୍କ ସମେତ ବହୁ କାଉନସିଲର, ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଅନୁରୂପ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଡ଼ମ୍ବର ସହକାରେ ଏହି କାର୍ଯ୍ୟକ୍ରମ ବିଡିଓ ରଶ୍ମୀତା ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ସେହିପରି ଭାରତୀୟ ଜନତାପାର୍ଟି ପକ୍ଷରୁ ବାଳକ ଉଚ୍ଚ ବିଦ୍ୟାଳୟ ନିକଟରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ଯ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ବରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା l ଉକ୍ତ କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ବିଜେପି ନେତା ସୁଦୀପ୍ତ ରାୟ, ସତିଶ ଶର୍ମା, ପ୍ରଶାନ୍ତ ବେହେରା, ପରେଶ ପଟ୍ଟନାୟକ, ନଗର ସଭାପତି ଲିଟୁ ରଞ୍ଜନ ରାଉତରାୟଙ୍କ ସମେତ ବ୍ଲକ କାର୍ଯ୍ୟକର୍ତା ମାନେ ଯୋଗ ଦେଇ ଘରେ ଘରେ ତ୍ରିରଙ୍ଗା ଓ ଭାରତ ମାତା କୀ ଜୟ ନାରାବାଜି ଦେଇ ସହର ପରିକ୍ରମା କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୮/୨୦୨୪----୮,୪୫ Sakhigopal News,13/8/2024

Blog Archive

Popular Posts