Breaking News

ଜଳବନ୍ଦୀ କଳିଙ୍ଗନଗର,ପ୍ରତିକାର ପାଇଁ ଦାବୀ




ଭଞ୍ଜନଗର:---  ତିନିଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଭଞ୍ଜନଗର ବେଲଗୁଣ୍ଠା ରୋଡ଼ରେ ଥିବା କଳିଙ୍ଗନଗର ଜଳବନ୍ଦୀ ହୋଇରହିଛି। ବର୍ଷାଜଳ ଓ ସହରରୁ ଆସୁଥିବା ଡ୍ରେନପାଣି ସଠିକ ଭାବେ ନିଷ୍କାସନ ନ ହୋଇ କଳିଙ୍ଗନଗର ସାହି ଭିତରେ ପାଣି ପଶି ଏକପ୍ରକାର କୃତ୍ତିମ ବନ୍ୟା ସୃଷ୍ଟି କରିଛି। ଯାହା ଫଳରେ ଲୋକେ ଘରୁ ବାହାରି ପାରୁନାହାଁନ୍ତି। ନିତ୍ୟ ବ୍ୟବହୃତ ଜିନିଷ ଖରିଦ, ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବା ଓ ରୋଗୀଙ୍କୁ ମେଡିକାଲ ନେବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଡ୍ରେନ ହୋଇନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଏହାର ସ୍ଥାୟୀ ପ୍ରତିକାର ସକାଶେ ଅଞ୍ଚଳ ବାସୀ ଏନ.ଏ.ସି କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକାଶଥାଉକି ଏହି ସମସ୍ୟା ଦୀର୍ଘଦିନ ଧରି ହୋଇ ଆସୁଥିଲେ ମଧ୍ୟ କତ୍ତୃପକ୍ଷ ଏହାର ପ୍ରତିକାର ନ କରିବା ଦୁଃଖର ବିଷୟ। ଖୁବ ଶୀଘ୍ର ଏହାର ପ୍ରତିକାର କରାନ ଗଲେ ଅଞ୍ଚଳବାସୀ ଆନ୍ଦୋଳନ କରିବା ପାଇଁ ସତର୍କ କରାଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୮/୨୦୨୪----୨,୧୦ Sakhigopal News,14/8/2024

Blog Archive

Popular Posts