ବକଟୀ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ହର ଘର ତ୍ରିରଙ୍ଗା ଯାତ୍ରା
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ସ୍ଵାଧୀନତା ସଂଗ୍ରାମ ମହାନତାକୁ ସମ୍ମାନ ଦେବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଓ ଜନସାଧାରଣ ଙ୍କ ମଧ୍ଯରେ ଦେଶପ୍ରେମ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ହର ଘର ତ୍ରିରଙ୍ଗା ପତାକା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହାର ନେତ୍ରୁତ୍ଵ ନେଇ ଥିଲେ ବକଟୀ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲୋଚନା ସେଟ ଓ ସମିତି ସଭ୍ଯା ମମତା ବାଗ । ଏହି ସମୟରେ ପଞ୍ଚାୟତ ସମସ୍ତ ୱାର୍ଡ ସଭ୍ୟ ,ସଭ୍ୟା, ଏମ ବି କେ, ସିଆର ପି, ଇସି ମେମ୍ବର, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସାମାଜିକ ଅନୁଷ୍ଠାନ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ସାମିଲ ହୋଇଥିଲେ। ପରିଶେଷରେ ବକଟୀ ପଞ୍ଚାୟତର ଇଓ ଧରଣୀଧର ସେଠ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୮/୨୦୨୪----୭,୪୫ Sakhigopal News,14/8/2024