ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ
ଭଞ୍ଜନଗର---- ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଅଗଷ୍ଟ ମାସର ମାସିକ ବୈଠକ ଜଙ୍ଗଲ ବିଭାଗ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଭାପତି ସୋମନାଥ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଉପ ସଭାପତି ଶିବରାମ ପଣ୍ଡା, ସମ୍ପାଦକ ରବି ନାରାୟଣ ସାମନ୍ତ, ବରିଷ୍ଠ ସଭ୍ୟ ରବୀନ୍ଦ୍ର ନାଥ ଆଚାର୍ଯ୍ୟ ଓ ସନ୍ତୋଷ ତିଆଡ଼ି ମଞ୍ଚାସୀନ ଥିଲେ। ପ୍ରଥମେ କେରଳର ୱାୟ ନାଡ଼ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ୨ ମିନଟ ଶୋକ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ଗତ ବୈଠକର ବିବରଣୀ ପାଠ କରିଥିଲେ। ତାପରେ ତିନି ଜନ ସଭ୍ୟ ଶ୍ରୀ ଲିଙ୍ଗରାଜ ଜେନା, ରମେଶ ଚନ୍ଦ୍ର ପାତ୍ର ଓ ସର୍ବିସ ରାଓ ପାତ୍ରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଓ ବୈଠକରେ ଥାନା ଅଧିକାରୀ ଯୋଗ ଦେବା ପାଇଁ ବିଭାଗକୁ ଚିଠି ଲେଖିବା ପାଇଁ ସ୍ଥିର କରାଗଲା। ପରିଚୟ ପତ୍ର ପାଇଁ S.P ଓ ଉପରିସ୍ଥ କର୍ମକର୍ତ୍ତାଙ୍କୁ ଚିଠି ଲେଖିବା ପାଇଁ ସ୍ଥିର କରାଗଲା। ଓଡିଶା ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ କୌଣସି ସ୍ୱତନ୍ତ୍ର ସୁବିଧା ନ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ବରିଷ୍ଠ ସଭ୍ୟ ରବୀନ୍ଦ୍ର ନାଥ ଆଚାର୍ଯ୍ୟ ନିଜର ଭାଷଣ ମାଧ୍ୟମରେ ବରିଷ୍ଠଙ୍କ ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଶ୍ରୀ ସନ୍ତୋଷ କୁମାର ତିଆଡ଼ିଙ୍କୁ ଉପ ସଭାପତି ଭାବେ ବୈଠକରେ ମନୋନୀତ କରାଗଲା । ଆଗାମୀ ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ ଆଲୋଚନା କରାଗଲା। ବୈଠକରେ ପ୍ରାୟ ୩୦ରୁ ଅଧିକ ସଭ୍ୟ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସମ୍ପାଦକ ରବି ନାରାୟଣ ସାମନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୮/୨୦୨୪---୯,୨୫ Sakhigopal News,4/8/2024