Breaking News

ଜୁଆ ଆଡ୍ଡା ରେ ପୋଲିସ ର ଚଢ଼ାଉ , ୪ ଗିରଫ ; ୩୨ ହଜାର ଟଙ୍କା ସହ ସ୍କର୍ପିଓ ଜବତ



ଭଞ୍ଜନଗର - ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ଖବର ପାଇ ଚଢ଼ାଉ କରିଥିଲେ । ୪  ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୩୨ ହଜାର ୫୫୦ ଟଙ୍କା ଜବତ କରିଛି ।  ଏହାସହ ଜୁଆଡିଙ୍କ  ଗୋଟିଏ ସ୍କର୍ପିଓ କାର୍ ଓ ୪ ଟି ମୋବାଇଲ ଜବତ କରିଛି ପୋଲିସ   । ପୋଲିସ ସୂତ୍ରରୁ ମିଳିଥିବା ଖବର ପ୍ରକାରେ ନୂଆଗାଁ ଶନିମନ୍ଦିର ନିକଟରେ ବଡ଼ ଧରଣର ଜୁଆଖେଳ ଚାଲିଥିବା ସୂଚନା ପାଇ ଚଢ଼ାଉ କରିଥିଲା ପୋଲିସ । ଏନେଇ ବେଲଗୁଣ୍ଠା ଥାନା କେଶ୍ ନମ୍ବର ୩୦୧/୨News ୨ରେ ଏକ ମାମଲା ରୁଜୁ କରି  ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ଠାରୁ ସୂଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧୦/୨୦୨୨---- ୬,୧୦  Sakhigopal News,3/10/2022

Blog Archive

Popular Posts