Breaking News

ତନରଡା "ଗୋ-ରକ୍ଷା" ଆଶ୍ରମ ଠାରେ , ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଙ୍କ ୧୫୨ ତମ ଜୟନ୍ତୀ ଉତ୍ସବ



ଭଞ୍ଜନଗର – ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ, ତନରଡା ସ୍ଥିତ ଗୋ-ରକ୍ଷା ଆଶ୍ରମ ର ପ୍ରତିଷ୍ଠାତା ତଥା ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୨ ତମ ଜୟନ୍ତୀ ପାଳିତ ହୋଇଯାଇଛି ।  ଆୟୋଜିତ ଦୁଇଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାର ୨୫ ଟି ଜିଲ୍ଲାର ସାଧୁସନ୍ଥ ମାନେ ଯୋଗ ଦେଇଥିଲେ । ହୋମ-ଯଜ୍ଞ ସାଙ୍ଗକୁ ବେଦ ପାଠ ଏବଂ "ଗୋ-ସୁରକ୍ଷା" ବାର୍ତ୍ତା କୁ ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚାଇବାକୁ ଆହ୍ବାନ ଦେଇଇଥିଲେ ଉପସ୍ଥିତ ସାଧୁ-ସନ୍ଥ ମାନେ  । ୧୯୨୩ ମସିହାରେ , ତତ୍କାଳୀନ ଘୁମୁସର ମାଟିର ବରପୁତ୍ର ତଥା ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଓଡ଼ିଶାରେ ପ୍ରଥମ କରି ତନରଡା ଗାଁ ଠାରେ ପ୍ରତିଷ୍ଠା କରିଥିଲେ “ଗୋ-ଶାଳା” ଆଶ୍ରମ  । ଲକ୍ଷଥିଲା ଗୃହମାଲିକଙ୍କ ଠାରୁ ଅଲୋଡା ହୋଇ ବାହାରେ ବୁଲୁଥିବା ଗୋରୁ-ଗାଈ ଙ୍କୁ "ଗୋ-ଆଶ୍ରମ" ରେ ରଖି ସେବା କରିବା । ଏହାସହ “ବେଦ” ର ବାର୍ତ୍ତାକୁ ଓଡ଼ିଆ ଭାଷାରେ ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚାଇବାକୁ ପ୍ରୟାସ କରିଥିଲେ ଶ୍ରୀବତ୍ସ ପଣ୍ଡା । ନାରୀଶିକ୍ଷା ଓ ସଚେତନ ପାଇଁ “ଗୋ-ଶାଳା” ନିକଟରେ ପ୍ରତିଷ୍ଠା କରିଥିଲେ “ଆର୍ଯ୍ୟକନ୍ୟା ଗୁରୁକୁଳ ଆଶ୍ରମ” । କାର୍ଯ୍ୟକ୍ରମରେ ଯୋଗଦେଇଥିବା ସାଧୁ ସନ୍ଥ ଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶା ଓ କନ୍ଧମାଳ ଜିଲ୍ଲାର ବହୁ ସଂଖ୍ୟକ ସାଧୁସନ୍ଥ ଓ ଆର୍ଯ୍ୟ ସନ୍ୟାସୀ ମାନେ ଯୋଗ ଦେଇଥିଲେ । ଏହାସହ ସ୍ଥାନୀୟ ଅଞ୍ଚଳର ବହୁ ଆଧ୍ୟାତ୍ମିକ ଚିନ୍ତାଧାରା ର ବ୍ୟକ୍ତି , ବୁଦ୍ଧିଜୀବୀ ଓ ଆର୍ଯ୍ୟକନ୍ୟା ଗୁରୁକୁଳ ଆଶ୍ରମ ର ଅନ୍ତେଃବାସିନୀ ମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶ୍ରୀବତ୍ସ ଗୋ-ରକ୍ଷା ଆଶ୍ରମର  ସମ୍ପାଦକ ଆଚାର୍ଯ୍ୟ ଡଃ. ସୁଦର୍ଶନ ଦେବ୍ ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା ଓ ସଂଯୋଜନା କରିଥିଲେ । ଅବସରପ୍ରାପ୍ତ ଅଧ୍ୟାପିକା ଉଷା ପାଢ଼ୀ , ଅାଶ୍ରମର ଟ୍ରଷ୍ଟି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ବାଲ୍ମୀକି ପଟ୍ଟନାୟକ , ବରଗଡ଼ ର ସନ୍ଥ ଡଗରମ୍ ବାନପ୍ରସ୍ଥି , ରାଇକିଆ ଆଶ୍ରମର ସ୍ବାମୀ ଆତ୍ମାନନ୍ଦ ସରସ୍ଵତୀ ଙ୍କ ସମେତ ବହୁ ସାଧୁ-ସନ୍ଥ , ବୁଦ୍ଧିଜୀବୀ ଏବଂ ଆର୍ଯ୍ୟକନ୍ୟା ଗୁରୁକୁଳ ଆଶ୍ରମର ଛାତ୍ରୀ ମାନେ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧୦/୨୦୨୨---୬,୧୦  Sakhigopal News,3/10/2022

Blog Archive

Popular Posts