ବିଶ୍ୱ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ ବୈଠକ
ଭଞ୍ଜନଗର--ସ୍ଥାନୀୟ ନାୟକ ଭବନ ଠାରେ ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ ର କାର୍ଯ୍ୟକାରୀ କମିଟି ବୈଠକ ଆଜି ମଧ୍ୟାହ୍ନ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୋମନାଥ ଅଧ୍ୟକ୍ଷତା କରିଥିଲେ ।ବିଶ୍ୱ ବରିଷ୍ଠ ନାଗରିକ ଦିବସ କରାଯାଉଛି ସତ ।ସରକାରୀ ସ୍ତରରେ ପାଳନକରି ବରିଷ୍ଠ ମଞ୍ଚର ନାଗରିକ ମାନଙ୍କ ମଧ୍ୟରେ ଉଚ୍ଚାହ ଉଦ୍ଦୀପନା ଭରି ଦେବା ପାଇଁ ଉଦିଷ୍ଟ ହୋଇଥିଲେ ମଧ୍ୟ ଆମ ରାଜ୍ୟସ୍ତରରେ ଏହାକୁ ଅଣଦେଖା କରାଯାଉଛି ବୋଲି କାର୍ଯ୍ୟକାରୀ କମିଟିର ଉପସ୍ଥିତ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ । ଉପଖଣ୍ଡ ସ୍ତରରେ ବରିଷ୍ଠ ନାଗରିକ ମାନଙ୍କ ଦାବିକୁ ଫାଇଲ ତଳେ ଚାପି ଦିଆଯାଉଛି । ଦୀର୍ଘ ପାଞ୍ଚ ବର୍ଷ ଧରି ଏକ ଚିତ୍ତବିନୋଦନ କେନ୍ଦ୍ର ଯୋଗାଇଦେବା ପାଇଁ ପ୍ରାର୍ଥନା କରାଯାଇ ଅସୁଥଲେ ମଧ୍ୟ ତାକୁ ଶାସନ ପ୍ରଶାସନ ଏଡାଇଚାଲିଛି । ସେଇପରି ଶହ ଶହ ପରିଚୟ ପତ୍ର ପ୍ରଦାନ ପାଇଁ ଦରଖାସ୍ତ ପୋଲିସ ଥାନାରେ 3ବର୍ଷ ଧରି ପଡି ରହିଛି । ବିଭିନ୍ନ ଆଳ ଦେଖାଇ ଏହି ପ୍ରସଙ୍ଗ ଏଡାଇ ଦିଆ ଯାଉଛି। ବରିଷ୍ଠ ନାଗରିକ ମାନଙ୍କ ନାମରେ ଅୟସ ଚାଲିଛି । ସେମାନେ ଆଉ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅଦାଲତରେ ଅସହାୟ ବରିଷ୍ଠ ନାଗରିକ ମାନଙ୍କ ଭରଣ ପୋଷଣ ଯେଉଁ ଆଦେଶ ପାରିତ ହେଉଛି ତାହା ପୋଲିସ ଥାନାରେ କାର୍ଯ୍ୟକାରୀ ହେଉନାହିଁ। ଏହାର ଅସଲ କାରଣ ପକ୍ଷ କିମ୍ବା ତାଙ୍କ ଓକିଲ ବୁଝି ପାରୁନାହାନ୍ତି ।ଏହି ବେଞ୍ଚ ଦାୟିତ୍ୱ ରେ ଥିବା କିରାଣୀଙ୍କୁ ପଚାରିଲେ ପକ୍ଷ ସଠିକ ଉତ୍ତର ପାଉନାହାନ୍ତି ବୋଲି ବାହାରେ ଆଲୋଚନା ହେଉଛି । ଏ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ଜଣା ପଡିଛି । ଏହାର ଅନୁସନ୍ଧାନ ହେଲେ ବହୁତ ରହସ୍ୟ ଜଣାପଡିବ। ଏହି ବେଞ୍ଚ ଦାୟିତ୍ୱ ରେ ଜଣେ କିରାଣୀ କୋଳିଖାଇ ମଞ୍ଜି ପୋତି ଥିବାରୁ ଉପରଅଧିକାରୀ ମାନଙ୍କୁ ଅନ୍ଧାରରେ ରଖି ହାତ ଚିକ୍କଣ କରି ଚାଲିଥିବା ମଧ୍ୟ ଅଭିଯୋଗ ହେଉଛି ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ନିରପେକ୍ଷ ତଦନ୍ତ ପାଇଁ ମଞ୍ଚ ଦାବୀ କରିବା ସହ ରାଜ୍ୟ ସରକାର ଙ୍କ ଚିନ୍ତା ଧାରାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ମଞ୍ଚ ନିବେଦନ କରିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧୦/୨୦୨୨---୬,୪୦ Sakhigopal News,3/10/2022