Breaking News

ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ; ଦୁଇ ଗୁରୁତର, ଥାନାରେ ଅଭିଯୋଗ


ବଲାଙ୍ଗିର---- ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଘଟି ଦୁଇ ଆହତ, ଥାନାରେ ଅଭିଯୋଗ । ସଇଁତଳା ଥାନା ଅଧୀନସ୍ଥ ଟିକ୍ରାପଡ଼ା ଫାଣ୍ଡିର ସାଇମରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହେବା ଯୋଗୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ସାଇମରା ଗାଁର ଅର୍ଜୁନ ଧରୁଆଙ୍କ ଘରକୁ ଖେର୍ସେଲବାଞ୍ଜି ଗାଁର ଯୋଷବନ୍ତ୍ ଧରୂଆ ଆସିଥିଲେ । ଏହି ସମୟୁରେ ଜୁରାବନ୍ଦ୍ ପ୍ରଦିପ ,ଧରୁଆ କେଉମାଲ, ରାକେଶ ଭୋଇ ଓ ତାଙ୍କ କିଛି ସହଯୋଗୀ ଅର୍ଜୁନ ଧରିଆଙ୍କ ଦୋକାନ କୁ ଆସି ଭଙ୍ଗାରୁଜା କରିଥିଲେ । ଏହାଦେଖି  ଆସିଥିବା ଯୋଶୋବନ୍ତ୍ ବିରୋଧ କରିଥିଲା। ବିରୋଧ କରିବାରୁ ଯୋଶୋବନ୍ତ୍ ଓ ରାକେଶ ଭୋଇଙ୍କ  ମଧ୍ୟରେ କଥା କଟାକଟି ହୋଇଥିଲା । କଥା କଟାକଟି  ପରବର୍ତ୍ତୀ ସମୟରେ ଏକ ସାଙ୍ଘାତିକ ର ରୂପ ନେଇଥିଲା । ଧାରୁଆ ଅସ୍ତ୍ର ମଧ୍ୟରେ ଦୁଇ ଜଣକର ଲଢେଇ ହୋଇଥିଲା।  ଯାହା ଫଲରେ ଯୋଷବନ୍ତ୍ ଅତି ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟପଟେ ଗ୍ରାମବାସିମାନେ ରାକେଶକୁ ଏକ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଥିଲେ। ପରେ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଗୋପାଳଚନ୍ଦ୍ର ମିଶ୍ର ସଦଳ ବଳେ ପୋଲିସ ସହ ଘଟଣା ସ୍ଥଲକୁ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଭୋଇକୁ ଉଦ୍ଧାର କରି ସଇଁତଳା ଡାକ୍ତର ଖାନରେ ଭର୍ତି କରିଥିଲେ । ପରେ ଅତିଗୁଋତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ପୋଲିସ କେସରୁଜ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। 

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୩/୯/୨୦୨୨---୧୦,୪୫ Sakhigopal News,13/9/2022

Blog Archive

Popular Posts