ଶାହଣପଲ୍ଲୀ ରେ ଅଗ୍ନିକାଣ୍ଡ , ଦୁଇ ପରିବାର ର ୪ ବଖରା ଘର ପୋଡି ପାଉଁଶ
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ରାସ୍ତାର ଶାହାଣପଲ୍ଲୀ ଗାଁ ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଆସବାପତ୍ର ସହ ଧାନ , ଚାଉଳ, ଲୁଗାପଟା ସମେତ ବିଭିନ୍ନ ପ୍ରକାରର ଜିନିଷପତ୍ର ପୋଡି ଯାଇଛି । ଖବର ପାଇ ଭଞ୍ଜନଗର ଅଗ୍ନିଶମ ଅଧିକାରୀ ରମେଶ ନାୟକ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜଣାପଡ଼ିନାହିଁ । ଏଥିରେ ହେମ ନାଇକ ଙ୍କର ୨ ବଖରା ଏବଂ ନୀଳମଣି ନାଇକ ଙ୍କ ୨ ବଖରା ପୋଡିଯାଇଛି । ଉଭୟ କ୍ଷତିଗ୍ରସ୍ତ ପରିବାର ଗରୀବଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୦/୨୦୨୨---୧୦,୩୫ Sakhigopal News,16/10/2022