Breaking News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଶ୍ରମିକ କଂଗ୍ରେସର ମିଳିତ କର୍ମୀ ସମ୍ମିଳନୀ




ଜଟଣୀ --- ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଠାରେ ଅବସ୍ଥିତ ବିଜେବି ଇନଷ୍ଟିଚ୍ୟୁଟରେ  ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ମିଳିତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମଣ୍ଡଳ ଶ୍ରମିକ କଂଗ୍ରେସର ତିନି ଗୋଟି ଶାଖା  ଓପନ ଲାଇନୀ, ମୁଖ୍ୟାଳୟ ଓ ମଣ୍ଡଳ ରନିଂ ବ୍ରାଞ୍ଚ ର ସମସ୍ତ ନେତୃବୃନ୍ଦ ଓ କର୍ମକର୍ତ୍ତା ମାନଙ୍କୁ ନେଇ ଶ୍ରୀ ଏମ ଜି କେ ରାଓଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସଂଗଠନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀ, ସହ ସଂଯୋଜକ ଶ୍ରୀ ସୁନିଲ ଭଞ୍ଜ, ସିଓବି ଏ ଶ୍ରୀନିବାସ, ସୁବ୍ରତ ପଣ୍ଡା, ତ୍ରିଲୋଚନ ମହାନ୍ତି, ଶରତ ପଣ୍ଡା, ଭି ଏସ ପ୍ରସାଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି, ଗୋପାଳ ଦାସ, ପ୍ରଫୁଲ୍ଲ ବେହେରା ସଂଗଠନ ର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ନାରୀ ନେତ୍ରୀ ବିଜୟଲକ୍ଷ୍ମୀ ଦାଶ, ରୁନି ବେହେରା, ଅର୍ପିତା ମହାନ୍ତି ପ୍ରମୁଖ ମହିଳା ମାନଙ୍କ କର୍ମ କ୍ଷେତ୍ରରେ ଉପୁଜୁଥିବା ଅସୁବିଧା ବିଷୟରେ ସାଧାରଣ ସମ୍ପାଦକ ଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧୁଶାଷନ୍ ସାହୁ, ତ୍ରିଲୋଚନ ବେହେରା, କେ ଟି ରାଓ, ରାକେଶ ଘଡାଇ , ସୂର୍ଯ୍ୟକାନ୍ତ ସୁବୁଦ୍ଧି,  ସତ୍ୟରଞ୍ଜନ ପଟ୍ଟନାୟକ, ଅଖୟ ପ୍ରଧାନ ଓ ବିଜେପି ଇନଷ୍ଟିଚ୍ୟୁଟର ସମ୍ପାଦକ କୀର୍ତ୍ତି ପଟ୍ଟନାୟକ ପ୍ରମୁଖ ସଭା ପରିଚାଳନା କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧୦/୨୦୨୨---୧୦,୪୦ Sakhigopal News,16/10/2022

Blog Archive

Popular Posts