ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ
ଭଞ୍ଜନଗର -- ତାରସିଂ ଥାନା ଅନ୍ତର୍ଗତ ରୁଢାପଦର ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ରୁଢାପଦର ଗ୍ରାମର କମଳା ନାଇକ(୫୦) । ସୂଚନା ପ୍ରକାରେ , ଭୋର ୩ଟା ସମୟରେ ନାତିକୁ ଶୌଚ କରିବା ପାଇଁ ମୁଖ୍ୟରାସ୍ତା ନିକଟକୁ କମଳା ନାଇକ ଯାଇଥିଲେ । ସେହି ରାସ୍ତା ପାର୍ଶ୍ଵରେ ଠିଆ ହେଇଥିବା ବେଳେ , ହଠାତ୍ ଏକ ଗାଡି ଦ୍ରୃତଗତିରେ ଆସି କମଳାକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ମହିଳା ଜଣକ ଗାଡ଼ି ଚକାତଳେ ଚକଟି ହୋଇଯାଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତାରାସିଂ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତଦେହ କୁ ଜବତ କରିବା ସହ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଥିଲେ । ଏ ସଂକ୍ରାନ୍ତରେ ତାରାସିଙ୍ଗି ଥାନା କେଶ୍ ନମ୍ବର ୩୨୯/୨୨ରେ ଏକ ଦୁଘର୍ଟଣା ଜନିତ ମାମଲା ରୁଜୁ କରିଛି ପୋଲିସ । ଦୁଘର୍ଟଣା ଘଟାଇଥିବା ଅଜଣା ଗାଡିଟିକୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ନେଇ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୦/୨୦୨୨---୧୦,୨୦ Sakhigopal News,16/10/2022