Breaking News

ସତ୍ୟବାଦୀରେ ୧୪୫ତମ ଗୋପବନ୍ଧୁ ଜୟନ୍ତୀ ପାଳିତ. ଜନ୍ମପୀଠରୁ କର୍ମପୀଠ ସବୁଠାରେ ଜନ୍ମ ଜୟନ୍ତୀ ପାଳିତ




ସାକ୍ଷୀଗୋପାଳ---- ରାଜ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ବିଶେଷ କରି ଐତିହ୍ୟ ଗ୍ରାମ ତଥା ତାଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରୁ ତାଙ୍କ କର୍ମୀପୀଠ ସବୁଠାରେ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଜେଡି, କଂଗେସ, ବିଜେପି ଦଳୀୟ ନେତାଙ୍କ ସହିତ କର୍ମୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ପାଳିତ ହେବା ସହିତ ସମାଧିପୀଠରେ ପାଳିତ ହୋଇଯାଇଛି । ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହ  ଗୋପବନ୍ଧୁଙ୍କ ଷଠି ଘର ସମ୍ମୁଖରେ  ଜୟନ୍ତୀ ପାଳିତ ହୋଇଯାଇଛିା  ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲିର ଯୁବ ବିଧାୟକ ରୁଦ୍ର ପ୍ରସାଦ ମହାରଥୀ, ସତ୍ୟବାଦୀ ବ୍ଳକର ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଉପାଧ୍ୟକ୍ଷା ନିବେଦିତା ପାତ୍ର,ଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ ବିଜେଡିର ହଜାର ହଜାର ମହିଳା ଓ ଯୁବକ କର୍ମୀ ମାନେ ଗୋପବନ୍ଧୁ ଜୟନ୍ତୀରେ ସାମିଲ ହୋଇଥିବାର ଦେଖାଯାଇଥିଲା ।  ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଉକ୍ତ ସ୍ମୁତି ଚାରଣ ସଭାରେ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ କୁମାର ମହାପାତ୍ର ,  ଜିଲ୍ଲା ସୂୁଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ଜୟନ୍ତ କୁମାର ଜୟସିଂ ଏବିଡିଓ ଅରକ୍ଷିତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର  ପ୍ରୁମୁଖ  ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଦୀପ, ଧୂପ ଦେଇ ମାଲ୍ୟର୍ପଣ କରିବା ସହ ଗୋପବନ୍ଧୁ ଅମର ରହେ ସ୍କୋଗାନ ଦେଇ ସ୍ମୁତି ଚାରଣ କରିଥିଲେ । ସେହିପରି  କଂଗ୍ରେସ ଦଳର ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଐତିହ୍ୟ ଗ୍ରାମରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ତାଙ୍କ ନେତୃତ୍ୟରେ   ପଞ୍ଚସଖା ସମାଧିପୀଠ ପରିସରରେ ଏକ ସର୍ବଧର୍ମ ପ୍ରାର୍ଥନାର ଆୟୋଜନ କରିଥିଲେ । ସେହିପରି ସୁଆଣ୍ଡୋ ସେତୁ ସଂଗଠନର  ସଭାପତି ଗୋବିନ୍ଦ ମହାପାତ୍ରଙ୍କ ନେତ୍ୱତ୍ୟରେ ମହିଳା, ଯୁବକ ମାନେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ କାରା କବିତା ଗାନ ସହିତ ଗୋପବନ୍ଧୁ ଅମର ରହେ ଆଦି ସ୍କୋଗାନ ଦେଇ ଐତିହ୍ୟ ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ  ଏଥିରେ ପାରାମ୍ପରିକ ଶଗଡ ଆସିଥିଲା ।  , ନୀଳାଚଳ କୃଷକ ମହାସଂଘର ଉପଦେଷ୍ଠା ନିରଞ୍ଜନ ମହାପାତ୍ର,ା ସତ୍ୟବାଦୀ ବିକାଶ ପରିଷଦର ସଭାପତି ଗୁଣ୍ଡିଚା ବରାଳ, ଆଇନଜୀବୀ ଅମର ନନ୍ଦ, ସମାଜେସେବୀ ବିଶ୍ୱଜିତି ଶତପଥି, ହୃଷିକେସ ମିଶ୍ର, ପ୍ରଫୁଲ ମିଶ୍ର, ବୁଧିନାଥ ମଲିକ, ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ବେହେରା, ପୁରୀର ସାହିଭାଇ ଅନୁଷ୍ଠାନ, ଶ୍ରୀଜଗନ୍ନାଥ ଅନରାଗୀ ସାମାଜିକ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ମାନେ ପ୍ରମୁଖ ଯୋଗଦେଇଥିଲେ । ବିଜେପି ଓ ପୂଜ୍ୟପୂଜା ଅନୁଷ୍ଠାନର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ଜଗଦେବ, କାମାକ୍ଷା ପ୍ରସାଦ ପ୍ରଧାନ, ପ୍ରଫେସର ମାନସ ରଞଜ୍ନ ମହାପାତ୍ର, ଲେଖକ ଶ୍ରୀରାମଚନ୍ଦ୍ର ଦାଶ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ ।  ସେହିପରି ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ସମାଧିପୀଠ, ବକୁଳବନ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ସ୍ଥିତ ପଞ୍ଚସଖାଙ୍କ ମଣ୍ଡପ, କାଦୁଆ ଆଶ୍ରମ ଅତିଥି ମାନେ ଫୁଲ ଦୀପ ପ୍ରଦାନ କରି ଗୋପବନ୍ଧୁ ଅମର ରହେ ଆଦି ସ୍କୋଗାନ ଦେଇଥିଲେ ।  ଏହି ଅବସରରେ  କାଦୁଆ  ଆଶ୍ରମ ପରିସରରେ ସତ୍ୟବାଦୀ  ସେବା ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ  ଅବସରରେ ରକ୍ତଦାନ ଶିବିର, ଚିତ୍ରାଙ୍କନ ଓ କବିତା ପାଠ ଉତ୍ସବ ପାଳିତ ହୋଇଯାଇଛି । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଓ ଗୋପବନ୍ଧୁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୀଠରେ ପୁଷ୍ପାମଲ୍ୟ ଅର୍ପଣ କରାଯାଇଥିଲା ।  ସେହିପରି  ବକୁଳବନ ମହୋସ୍‌ôବର କମିଟିର  ସମ୍ପାଦକ ଯଯାତି କେଶର ରାୟ,  ଉତ୍କଳ ସମ୍ମଳନୀ ପୁରୀ ଶଖା ପକ୍ଷରୁ ଭୀମସେନ ମହାପାତ୍ର  ପ୍ରମୁଖ  ଗୋପବନ୍ଧୁ ଜୟନ୍ତୀରେ ପ୍ରତିମୂର୍ତ୍ତି ଓ ସାମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଲୋକକଳା ଗ୍ରାମରୁ କୈଳାସ ଗୋଟିପୁଅ ନୃତ୍ୟୁ ପରିଷଦ ଓ ମୃଦଙ୍ଗ ବାଦ୍ୟ ନୃତ୍ୟୁ ପରିଷଦର ଗୁରୁ ରମେଶ ପଲେଇ ଓ ଗୁରୁ କୌଳାସଙ୍କ ନେତ୍ୱତୃରେ  ଗୋଟିପୁଅ, ମୃତଙ୍ଗ ବାଦ୍ୟ, ସଂକୀର୍ତ୍ତନ, କାଳୀ  ଓ ଦୁର୍ଗା ବେଢ଼ ସହ ଯୋଡିଘୋଡାନୃତ୍ୟୁ ପରିବେଷଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୯/୨୦୨୨---୮,୪୦  Sakhigopal News,9/9/2022

Blog Archive

Popular Posts