ଘୁମୁସୁର ଦକ୍ଷିଣ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ
ଭଞ୍ଜନଗର----ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଭଞ୍ଜନଗର ସ୍ଥିତ ଘୁମୁସୁର ଦକ୍ଷିଣ ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଘୁମସୁର ଦକ୍ଷିଣ ବନ ଖଣ୍ଡ ଅଧିକାରୀ ଶ୍ରୀ ଦିଲ୍ଳୀପ କୁମାର ରାଉତ(ଓଡିଶା ବନ ସେବା) ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଶୁଳପାଣି ଶତପଥୀ (ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ),ଶ୍ରୀ ସୁରେଶ ସ୍ୱାଇଁ,ଶ୍ରୀ ଅନୁପମ ବାନେର୍ଜୀ,ଶ୍ରୀ ବିଭୁତି ଭୂଷଣ ଜେନା,ଶ୍ରୀ ଅଶୋକ ସାହୁ,ଶ୍ରୀ ସଚିନ ପ୍ରଧାନ,ଶ୍ରୀ ପ୍ରମୋଦ ଖଡଗର।ୟ ପ୍ରମୂଖ ଯୋଗ ଦେଇଥିଲେ । ବନ ଓ ପରିବେଶ ସୁରକ୍ଷା ର ମହତ୍ତ୍ୱ, ବନ୍ୟପ୍ରାଣୀ ସୁରକ୍ଷା ଓ ପରିଚାଳନା, ଜୈବ ବିବିଧତା ବଜାୟ ,ଜଳବାୟୁ ସନ୍ତୁଳନ ସମ୍ପର୍କରେ ସବିଶେଷ ଆଲୋଚନା ହେବା ସହ ଶପଥ ନିଆ ଯାଇ ଥିଲା । ଘୁମସୁର ଦକ୍ଷିଣ ବନ ବିଭାଗର ଶତାଧିକ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ ବଡଗଡ଼ ଅଞ୍ଚଳର କଳାକାର ଦାସକାଠି ନୃତ୍ୟ ପରିବେଷଣ କରି ସଚେତନତା ସୃଷ୍ଟି କରିଥିଲେ ।ଉପଯୁକ୍ତ ପ୍ରଶିକ୍ଷଣ ବିନା ବନ୍ୟ ଜନ୍ତୁ ପରିଚାଳନା ସଠିକ ଭାବେ ହୋଇ ପାରିବନି ବୋଲି ମତ ପ୍ରକାଶ ପାଇଥିଲା । ସେଥି ନିମନ୍ତେ ଆଗାମୀ ଦିନରେ ପାରାସ୍କ୍ୱାର୍ଡ ଷ୍ଟାଫ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ହେବ ବୋଲି ଶ୍ରୀ ଶୁଳପାଣି ଶତପଥୀ ଆଗୁଆ ସୂଚନା ଦେଇଥିଲେ । ଶେଷରେ ବଡଗଡ଼ ବନାଞ୍ଚଳ ଅଧିକାରୀ ଧନ୍ୟବାଦ ପ୍ରଦାନ କରିଥିଲେ । ମୁଖ୍ୟ ସେକ୍ସନ ଅଫିସର ଅଶୋକ ସାହୁ ଓ ବନ ରକ୍ଷୀ ସୂର୍ଯ୍ୟମଣି ସେଠୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧୦/୨୦୨୨----୬,୫୦ Sakhigopal News,3/10/2022