ବାଙ୍କୀ ଓସ୍ତିଆ ମାଛଖଟି ମନେରଗା ରାସ୍ତା ଏବେ ମରଣଯନ୍ତା; କାଗଜ କଲମରେ ନବୀକରଣ, ଟଙ୍କା ହଡପ
ବାଙ୍କୀ, କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ମାଛଖଟି ରାସ୍ତା କାମ କାଗଜ କଲମରେ ନବୀକରଣ କରି ଟଙ୍କାକୁ ଚଳୁ କରିଦିଆ ଯାଇ ଥିବାର ଅଭିଯୋଗ ହୋଇଛି।ଏହି ରାସ୍ତା ଦୃନୀତି ରେ ଗ୍ରାମ ସାଥି ବିଭାଗୀୟ ଯନ୍ତ୍ରୀ ଙ୍କ ସମେତ ସରପଞ୍ଚ ସଲାସୁତରା ରେ ହୋଇଥିବା ଜଣସାଧାରଣରେ ଆଲୋଚନା କରୁଥିବା ଜଣାପଡିଛି।ରାସ୍ତା ନିର୍ମାଣ ରେ ବାହାରୁ ମାଟିଆଣି ପକାଇବା ଓଏଥିରେ ମେଣ୍ଟାଲ ପକାଇବା ପରିବର୍ତ୍ତେ ଏହା କରା ନ ଯାଇ ଉଭୟ ରାସ୍ତା ପାର୍ଶ୍ୱ ରୁ ମାଟି ଖୋଳି ନାମକୁ ମାତ୍ର ପକାଯାଇଛି। ରାସ୍ତା ନିର୍ମାଣ ର ମନେରଗା ଫଳକ କୁ ଯେଉଁ ମରା ଯାଇଛି । ଏହା ରାସ୍ତା ନିର୍ମାଣ ଠାରୁ 400ମିଟର ଦୂରତା ରେ ମରା ଯାଇଛି ।10ରୁ15ଜଣ ଲୋକଙ୍କୁ ସର୍ବ ମୋଟ ପାଞ୍ଚ ଦିନ କାମ କରାଇ ଗାଁ ସାଥି ଲୋକଙ୍କ ନାମରେ ଟଙ୍କା ଉଠାଇ ହରିଲୁଟ କରିଛନ୍ତି ବୋଲି ଅଭିଯୋଗ ହୋଇଛି।ରାସ୍ତା ନିର୍ମାଣ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଯଦି ସ୍ୱର ଉତ୍ତୋଳନ କରୁଛନ୍ତି ତାହେଲେ ଶାସକ ଦଳର ସରପଞ୍ଚ ଓ କୁଜିନେତା ଧମକ ଚମକ ଦେଇ ମୁହଁ ବନ୍ଦ କରିବା ସହ ମାଡ଼ ମାରୁଥିବାରୁ ଲୋକମାନେ ଭୟରେ ରହୁଛନ୍ତି। ସୂଚନାଯୋଗ୍ୟ ଯେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ବେଳେ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏପଟେ ଦେଖିବାକୁ ଗଲେ ରାସ୍ତା ନିର୍ମାଣରେ ହରି ଲୁଟ ସାଙ୍ଗକୁ ତାଳିପକା କାମ ଲୋକଙ୍କୁ ଅସୁବିଧାରେ ପକାଇଦେଇଛି।ଏ ଦିଗରେଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବିହେଉଛି।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୬/୧୦/୨୦୨୨---୧୦,୨୦ Sakhigopal News,16/10/2022