Breaking News

ସାକ୍ଷୀଗୋପାଳ କଲେଜରେ ଗୀତା ସୁଗମ ପୁସ୍ତକ ଉନ୍ମୋଚିତ

 

 


ସାକ୍ଷୀଗୋପାଳ---- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ବିଭାଗ ଆନୁକୂଲ୍ୟରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡଃ ବସନ୍ତ କୁମାର ରଥଙ୍କ ଦ୍ୱାରା ରଚିତ ଗୀତା ସୁଗମ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।  ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରତିକାନ୍ତ ପରିଡା  ଅନୁଷ୍ଠିତ ପୁସ୍ତକ ଉନ୍ମୋଚିତ ସଭାରେ ସଭାପତିତ୍ୱ କରିବା ସହ ପୁସ୍ତକ  ସମ୍ମନ୍ଦୀୟ ସୂଚନା ପ୍ରଦାନ କରିଥିଲେ । ଅତିଥି ଭାବେ ଡଃ ଅଜୟ ସ୍ୱାଇଁ ଯୋଗ ଦେଇ କହିଥିଲେ ଶ୍ରୀମଦଭଗବତ ଗୀତା ଯଦି ଓଡିଆ ଭାଷାରେ ଯୂପାନ୍ତରିତ ହୁଏ ତା ହେଲେ ଓଡିଆଙ୍କ ପାଖରେପହଞ୍ଚିପାରିବ । ସେହିପରି ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ  ରବୀନ୍ଦ୍ର ନାଥ ଷଡଙ୍ଗୀ ଯୋଗଦେଇ ପ୍ରତିଦିନ ଗୋଟିଏ ଗୋଟିଏ ଗୀତାର ଶ୍କୋକ ପଡିଲେ ଏହାର ଫଳ ନିଶ୍ଚୟ ମିଳିବ ବୋଲି କହିଥିଲେ । ମୁଖ୍ୟବକ୍ତ ଭାବେ ବୀରେନ୍ଦ୍ର ମହାନ୍ତି ଯୋଗଦେଇ ଗୀତା ସମ୍ମନ୍ଦୀୟ ବହୁ ମୂଲ୍ୟବାନ କଥା ତାଙ୍ମ ବକ୍ୱ୍ୟରେ କହିଥିଲେ । ସଂସ୍କୃତ ବିଭାଗର ମୁଖ୍ୟା ପ୍ରଧ୍ୟାପିକା ସୁଜାତା ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଷଲ ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧ୍ୟାପିକା ଡଃ କଳ୍ପନା କୁମାରୀ ମହାପାତ୍ର, ସସ୍ମିତା ପ୍ରଧାନ, ନଳୀନ ଲୋଚନ ଦାଶ, ଧନୁଦ୍‌ର୍ଦର ମୁଦୁଲି, ମନୋଜ କୁମାର ପରିଡା, ରତ୍ନାକର ସାହୁ, ଶୁଭାଦୀପ୍ରା ପଟ୍ଟନାୟକ, ସ୍‌ୁର୍ଣ୍ଣଲତା ମାହାରୀ, ବିଜୟ ଲକ୍ଷ୍ମୀ ମିଶ୍ରଙ୍କ ସହିତ ସଂସ୍କୃତ ସମ୍ମାନର ଛାତ୍ର ଛାତ୍ରୀ ମାନେ ସଭାରେ ଉପସ୍ଥିତ ରହିଥିଲେ । କଲେଜର ମୁଖ୍ୟ କିରାଣୀ ରାଜକିଶୋର ପତି  ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୦/୨୦୨୨---୬,୨୦    Sakhigopal News, 15/10/2022

Blog Archive

Popular Posts