Breaking News

ଅମ୍ଫା ନ ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି


 ବରୀ--- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫାନ’ର ପ୍ରଭାବରେ ଯାଜପୁର  ଜିଲ୍ଲା ବରୀ ଅଞ୍ଚଳର ଏହାର ପ୍ରଭାବ ପଡିଛି।  ପବନ ବହିବା ସହ ବର୍ଷା ଲାଗିରହିଛି। ପ୍ରବଳ ପବନ  ଯୋଗୁ ରାସ୍ତା ଉପରେ ବହୁ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଯାହଫଳରେ ଯୋଗାଯୋଗ ବଚ୍ଛିନ୍ନ ହୋଇଛି।  ବିଦ୍ୟତ ସରବରାହ ବ୍ୟାହତ ଘଟିଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବ ନଜରକୁ ଆସିଛି।ଏହି ବ୍ଲକରେ ମୋଟ ୨୯ ପଞ୍ଚାୟତ ମଧ୍ୟରେ ଗମୁ, ସେରପୁର, ଅମଠପୁର, ମଧୁସୂଦନପୁର, ଉଦୟନାଥପୁର, ରତଳାଙ୍ଗ ଭଅଁରା ଆଦି ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପରିଚାଳନା କମିଟିର ସଭାପତି ଉକ୍ତ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ପ୍ରବଳ ବର୍ଷା ଓ ପବନ ସତ୍ତ୍ୱେ ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ କେହି ଆଶ୍ରୟ ନେଇ ନ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବରୀ ଅଞ୍ଚଳରେ ପବନ ଯୋଗୁ ବହୁ ଚାଳଛପର ଘର କାନ୍ଥ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛ । ରାସ୍ତାରେ  ଭାଙ୍ଗି ପଡିଥିବ ଗଛ ଗୁଡିକୁ ବରୀ  ପ୍ରଶାସନିକ ଅଧିକାରୀ ମାନଙ୍କ ନିର୍ଦେଶ କ୍ରମେ ବରୀ ଅଗ୍ନିଶ୍ରମକେନ୍ଦ୍ର ର କର୍ମଚାରୀ ମାନେ ଯାଇ ରାସ୍ତା ଉପରେ ପଡିରହିଥିବା ବଡ଼ ବଡ଼ ଗଛ ମାନ କାଟି ସଫା କରିଛନ୍ତି।
ବରୀରୁ ଦର୍ଶନ ବେହେରା

Blog Archive

Popular Posts