ଓଡ଼ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ନୟାଗଡ- ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟସ୍ଥ ଗୋଡିପଲ୍ଲୀରେ ଥିବା ଭୂୟାଣୀ ହୋଟେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ସୂଚନା ଅନୁସାରେ ଆଜି ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ରଞ୍ଜନ କୁମାର ସାହୁ(ବୟସ ୬୨ବର୍ଷ) ଏବଂ ତାଙ୍କ ଜ୍ୱାଇଁ ଶିବ ପ୍ରସାଦ ସେନାପତି (୩୮ବର୍ଷ) ବାଳିଗୁଡ଼ା ଅଞ୍ଚଳରେ କାମ ସାରି ଓଡ଼ି,୦୨,ଏଏମ ,୨୯୪୨ ନମ୍ବର ବିଶିଷ୍ଟ ଲାଲ ରଙ୍ଗର ହ୍ୟୁଣ୍ଡାଇ ଆଇ ଟେନ କାର ଯୋଗେ ନିଜ ଘର ଅଭିମୁଖେ ଫେରୁଥିଲେ।ଭଞ୍ଜନଗରରୁ ନୟାଗଡ଼ ରାସ୍ତାରେ ଭୁୟାଣୀ ହୋଟେଲ ନିକଟରେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା।ଫଳରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଜମି ମଧ୍ୟକୁ ଓଲଟିପଡିଥିଲା।ଉଭୟ କାର ତଳେ ଚାପି ହୋଇ ରହିଥିବାବେଳେ ସ୍ଥାନୀୟ ବାସିନ୍ଦା ଏବଂ ଓଡ଼ଗାଁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ସେମାନଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରଞ୍ଜନ କୁମାର ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।ଶିବ ପ୍ରସାଦଙ୍କୁ ଚିକିତ୍ସା କରାଯାଇଛି।ଓଡ଼ଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବଂଶୀଧର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି।ଞ
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ