Breaking News

ସାବିତ୍ରୀ ପୂଜା କରୋନା ଯୋଗୁ ଫିକା ପଡିଯାଇଛି

 ସାକ୍ଷୀଗୋପାଳ -----  ଏବେ ବି ଗ୍ରାମ ମାନଙ୍କରେ ସ୍ୱତନ୍ତ୍ର ସାବିତ୍ରୀ ପୂଜା ରହିଛି । କରୋନା ହେଲେ ମଧ୍ୟ ଘରୋଇ ମାନଙ୍କରେ ବୁଧେଇ ଓଷା ପରି  ଶିଳପୁଆରେ ବଟା ହଳଦୀରେ  ମା ସାବିତ୍ରୀଙ୍କ ଆକୃତି କରାଯାଇଥାଏ ।   ମୁହଁ, ନାକ, ପାଟି, ଆଖି କରାଯିବା ସହ ମାଙ୍କୁ ପୂତନ ବସ୍ତ୍ର ପରିଧାନ କରାଯିବା ସହ ବିଭିନ୍ନ ଅଳଙ୍କାର ପିନ୍ଦାଯାଇଥିାଏ । ମାଙ୍କ ପାଖରେ ଧୂପ, ଦ୍ୱୀପ ସହିତ  ଧୁଆମୁଗ, ନଡିଆ, ଆମ୍ବ, ପଣସ, କଦଳୀ, ସପୁରୀ, ସେପେଟା, ଲିଚୁକୋଳି, ସେଓ, ଅଙ୍ଗୁର, କମଳା, ଖଜୁରୀକୋଳି, ତାଳ, ଜାମୁରୋଳ ଆଦି ଭୋଗ କରାଯାଇଥାଏ । ଏହି ଭୋଗକୁ ମହିଳା ମାନଙ୍କ ସହିତ ଘରର ସମସ୍ତ ସଦସ୍ୟ ପାଇଥାନ୍ତି ।  ପବିତ୍ର ସାବିତ୍ରୀ ଅମାବାସ୍ୟା ଆଗରୁ ଫଳ ଦେକାନ ଠାରୁ ଲୁଗା ଦେକାନ ପୁରା ସରଗରମ ଥିଲା । ସତେ ଯେପରି ସାବିତ୍ରୀ ପୂଜା ଭୟରେ କରୋନା ପଳାଇଛି । ବଜାରରେ ପୁରା ଗହଳି ଲାଗିବା ସହ ସାମାଜିକ ଦୂରତା କେହି ମାନିନଥିଲେ କିମ୍ବା ମୁହଁରେ ମାସ୍କ ବାନ୍ଦିନଥିଲେ । ସେହିପରି ଦେକାନୀ ମାନେ ଗରାଖ ମାନଙ୍କୁ ସାମାଜିକ ଦୁରତା ମାନିବାକୁ କେହି କହିନଥିଲେ । ସବୁଠାରୁ ବଡ କଥା ପ୍ରତିବର୍ଷ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମହିଳା ଓ ଝିଅ ମାନେ ହାତରେ ଫୁଲ ଚାଙ୍ଗୁଡି ଧରି ବିଭିନ୍ନ ଫଳମୁଳ ସହ ଶଙ୍ଖା, ସିନ୍ଦୁର, ଅଳତା, ନୂତନ ଲୁଗା ନେଇ ବିଭିନ୍ନ ମନ୍ଦିରରେ ପୂଜା କରିଥାନ୍ତି । ଏ ବର୍ଷ କରୋନା ଯୋଗୁ ସବୁ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସକାଳୁ କରାଯିବା ପରେ ଦୁଆରରେ ଚାବି ପଡିଥିଲା । ଏପରିକି ବାହ୍ମଣ ନ ମିଳିବାରୁ  ମହିଳା ମାନେ ନିଜ ଘରେ ବା ଚଉରାମୁଳରେ ମା ସାବିତ୍ରୀଙ୍କ ନାମ ସ୍ମରଣ କରି ପୂଜା କରିଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts