ସଙ୍ଗରୋଧ ଗୃହରେ ରହିଲେ ୩୨ଜଣ
ଓଡ଼ଗାଁ - ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଧାପୁର କଲ୍ୟାଣ ମଣ୍ଡପ ଠାରେ ନିର୍ମିତ ସଙ୍ଗରୋଧ ଗୃହରେ ୧୮ ଜଣ ଏବଂ ସୁନାମୁଁହି ଉଚ୍ଚ ବିଦ୍ୟାଳୟ ଠାରେ ସଙ୍ଗରୋଧ ଗୃହରେ ୧୪ଜଣ ବାହାର ରାଜ୍ୟ ଫେରନ୍ତାକୁ ରଖାଯାଇଛି ।
ସୂଚନା ଅନୁଯାୟୀ ଗତ ଦୁଇ ଦିନତଳେ ଗୁଜୁରାଟ ସୁରାଟଠାରୁ ଓଡିଶା ଅଭିମୁଖେ ବାହାରିଥିବା ବସଟି ଆଜି ଦିବା ୧୦ ଘଟିକା ସମୟରେ ଓଡ଼ଗାଁ ଠାରେ ପହଞ୍ଚିଥିଲା ।ସ୍ଥାନୀୟ ପ୍ରଶାସନ ସହାୟତାରେ ସେମାନଙ୍କୁ ସୁନାମୁଁହି ଉଚ୍ଚ ବିଦ୍ୟାଳୟରେ ନିର୍ମିତ ସଙ୍ଗରୋଧ ଗୃହରେ ୧୪ ଜଣଙ୍କୁ ରଖାଗଲା । ଉକ୍ତ ୧୪ ଜଣଙ୍କ ମଧ୍ୟରୁ ୧୧ ଜଣ ପୁରୁଷ ଓ ୩ ଜଣ ଶିଶୁ ରହିଛନ୍ତି ବୋଲି ବିଶ୍ୱରଂଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ଠିକ ସେହିପରି କେରଳରୁ ୧୮ ଜଣ ଫେରନ୍ତା ଆଜି ଓଡ଼ଗାଁ ପ୍ରଶାସନ ସହଯୋଗରେ ଶରଧାପୁର କଲ୍ୟାଣ ମଣ୍ଡପ ଠାରେ ନିର୍ମିତ ସଙ୍ଗରୋଧ ଗୃହରେ ଅଛନ୍ତି ।ଉକ୍ତ ୧୮ ଜଣଙ୍କ ମଧ୍ୟରୁ କୁରାଳ ଗ୍ରା.ପର ୨ ଜଣ,ଘୁଣ୍ଠା ସାହିର ୫ ଜଣ ,ପାଣ୍ଡେରିପଡା ଗ୍ରା.ପର ୨ ଜଣ,ନୟାଗଡ ଶରଧାପୁରର ୨ଜଣ,ବାଲିପାଟଣା ୧,ଭାପୁର ୧,ଓଡ଼ଗାଁର ଜଣେ ଏବଂ ନୟାଗଡ଼ ଟାଉନର ୪ ଜଣ ଅଟନ୍ତି ବୋଲି ଯୁବ ସଂଗଠକ ସମୀର ରାଉତ ସୂଚନା ଦେଇଛନ୍ତି ।
ଆବଶ୍ୟକ ପଡ଼ିଲେ ସମସ୍ତଙ୍କର ସ୍ୱାବ ଟେଷ୍ଟ କରାଯିବ ବୋଲି ନୟାଗଡ଼ କୋଭିଡ ୧୯ ନୋଡାଲ ଅଫିସର ଧନରାଜ ଏଚ. ଡି କହିଛନ୍ତି ।
କୁରାଳରୁ ଅର୍ଜୁନ ସାହୁ