Breaking News

ବଳପୁରୁ ପଞ୍ଚାୟତରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

 
ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ବଳପୁର ପଞ୍ଚାୟତ କାର୍ଯ୍ୟାଳୟ ଗୃହରେ ସରପଞ୍ଚ  ପ୍ରିୟଙ୍କା ପଣ୍ଡା ଙ୍କ ସଭାପତିତ୍ୱରେ ଏକ ସ୍ବଚ୍ଛ ଭାରତ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରୟଙ୍କ ଧର୍ମପତ୍ନୀ ଶୁଭ୍ରାଶ୍ରୀ ସାମନ୍ତରାୟଙ୍କ ସହିତ  ବ୍ଲକ ଅଧକ୍ଷ ସୁନୀଲ କୁମାର ପଣ୍ଡା. ସହକାରୀ ନିର୍ବାହୀ ଯନ୍ତ୍ରୀ ଅମ୍ରିତ ଗଜେନ୍ଦ୍ର, ସହକାରୀ ଯନ୍ତ୍ରୀ ବିଶ୍ବମୋହନ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ଉର୍ନୟନ ଅଧିକାରୀ ଅରକ୍ଷିତ ପ୍ରଧାନ.ସାସଂଦଙ୍କ ପ୍ରତିନଧି ଧ୍ରୁବଚରଣ ଦାସ. ସମିତି ସଭ୍ୟ ନିବେଦିତା ପାତ୍ର.ପୂର୍ବତନ ସରପଞ୍ଚ ତ୍ରିନାଥ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ ।   ସ୍ଵଛଭାରତ ପ୍ରଶିକ୍ଷକ ଶ୍ରୀପତି ମହାପାତ୍ର ପଞ୍ଚାୟତ କୁ କିପରି ସ୍ୱଚ୍ଛ ରଖାଯାଇ ପାରିବ ସେ ସମ୍ପର୍କରେ କହିଥିଲେ । .ଜିଲ୍ଲା ପରିମଳ ଅଧିକାରୀ ଦୀପ୍ତି ରଞ୍ଜନ ପ୍ରଧାନ, ବିରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା. ବିଦ୍ୟାଧର ପୁର ସରପଞ୍ଚ ଧୁଶାସନ ପ୍ରଧାନ.କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର , ପଞ୍ଚାୟତ  ନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ରଦାସ.  ଓ ପଞ୍ଚାୟତ ର ୱାର୍ଡ ସଭ୍ୟ ସଭ୍ୟା.ବିଜୁ ଯୁବ ବାହିନୀ. ମହିଳା ଗୋଷ୍ଟି.ଅଙ୍ଗନୱ।ଡି. ଆଶା କର୍ମି ପ୍ରମୁଖ ଯୋଗଦେଇ ଥିଲେ ।  ପଞ୍ଚାୟତ ରେ ପ୍ରତି ୱାର୍ଡ ରେ ଯେଉଁ ସ୍ଵଛ ପାଇଁ ଡଷ୍ଟବିନିରେ ପକାଇ ଵା ପାଇଁ ନିଷ୍ପତ୍ତି ହୋଇ ଥିଲା । ଯେଉଁ  ବ୍ୟକ୍ତି ବିଶେଷ ଅମାନିଆ ହୋଇ ବାହାରେ ଫିଙ୍ଗି ରାସ୍ତା ଘାଟ ଅପରିସ୍କାର କରିବେ ତାକୁ ସରପଞ୍ଚ 500/ଟଙ୍କାରୁ ଉର୍ଦ୍ଧ ଜୋରିମନା କରି ପାରିବେ ଓ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରି ପାରିବେ ବୋଲି ଆଇନ ରହିଛି ବୋଲି ଟ୍ରେନର ଶ୍ରୀ ମହାପାତ୍ର କହିଛନ୍ତି l  ପଞ୍ଚାୟତକୁ ଏକ ବ୍ୟାଟେରୀ ଚାଳିତ ଅଟରିକ୍ସାକୁ   ଶ୍ରୀମତି ସାମନ୍ତରାୟ ଶୁଭ ଉଦ୍ଘାଟନ କରିଥିଲେ l ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧୦/୨୦୨୨----୧୦,୨୫ Sakhigopal News,3/10/2022

Blog Archive

Popular Posts