Breaking News

ସତ୍ୟବାଦୀ ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର



ସାକ୍ଷୀଗୋପାଳ,---ସତ୍ୟବାଦୀ  ପଞ୍ଚାୟତ ସମିତି ସମ୍ମଳନୀ କକ୍ଷରେ ଶନିବାର  ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ସମନ୍ନିତ ଶିଶୁ ବିକାଶ ଯୋଜନା ଓ ମମତା ଯୋଜନାର ବ୍ଳକ ସ୍ତରୀୟ ଜନ ଶୁଣାଣୀ ଣିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ପ୍ରଦୀପ ସାହୁ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଭାରପ୍ରାପ୍ତ ବିଡିଓ  ଜୟନ୍ତ କୁମାର ଜୟସିଂ, ଏବିଡିଓ ଅରକ୍ଷିତ ପ୍ରଧାନ,ଉପାଧ୍ୟକ୍ଷା ନିବେଦିତା ପାତ୍ର, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଯୋଗଦେଇଥିଲେ । ବିଶେଷ କରି ପଞ୍ଚଦଶ ଅର୍ଥ କମିଶନ ଯୋଜନା ରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ସମ୍ପର୍କରେ ଆଲେଚନା କରାଯାଇଥିଲା ।ଏହି ଶିବିରରେ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଯୋଗ ଦେଇ ମନରେଗା ଯୋଜନା ସମ୍ମନ୍ଦୀୟ ପ୍ରଶ୍ନ ଉଠାଇଥିଲେ ।  ସେହିପରି ଅନେକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଅନୁପସ୍ଥିତ ରହିଥିବା ଜଣାପଡିଥିଲା । ସେମାନଙ୍କ ବିରୁଧରେ ଦୃଖ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ  ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।   ଭର୍ତ୍ତା ଯୋଗାଣରେ ବ୍ଳକ ପ୍ରଶାସନ ଅସଫଳତା ଦେଖାଯାଇଛି ବୋଲି ଜନପ୍ରତିନିଧି ମାନେ ଅଭିଯୋଗ ଆଣିଥିଲେ । ଏହା ବହୁ ଶିଘ୍ରସମାଧାନ କରାଯିବ ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ।  ସେହିପରି ସତ୍ୟବାଦୀ ବ୍ଳକରେ ମନରୋଗା ଯୋଜନା କେବଳ କାଗଜପତ୍ରରେ ଚାଲିଛି ବୋଲି ଜନପ୍ରତିନିଧି ମାନେ ଅଭିଯୋଗ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକର ସହକାରୀ ଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକଙ୍କ ସହିତ ଜେଇ ଶରତ ଚନ୍ଦ୍ର ରଥ, ପ୍ରମୋଦା ତ୍ରିପାଠୀ, ନିବଦେିତା କାନୁଗୋ ଓ ଅନ୍ୟ ମାନେ ଉପସ୍ଥିତ ରହି ଜନଶୁଣାଣୀରେ ଅଂଶ ଗ୍ରହଣ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୦/୨୦୨୨---୬,୨୦   Sakhigopal News, 15/10/2022

Blog Archive

Popular Posts