କୋରାପୁଟର ଓଡିଶା କେନ୍ଦ୍ରିୟ ବିଶ୍ବ ବିଦ୍ୟାଳୟର କୂଳପତି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ
ସାକ୍ଷୀଗୋପାଳ ---ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ଦିବସରେ କୋରାପୁଟର ଓଡିଶା କେନ୍ଦ୍ରିୟ ବିଶ୍ବ ବିଦ୍ୟାଳୟର କୂଳପତି ଡକ୍ଟର ଚକ୍ରଧର ତ୍ରିପାଠୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତି ବସନ୍ତ ମଂଜରି କର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ । ସେମାନେ ପ୍ରଥମେ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଞ୍ଚସଖା ରହୁଥିବା ପୁରାତନ ଗୃହ ଏବଂ ସ୍ମୃତିପୀଠ ବୁଲି ଦେଖିଥିଲେ। ତାଙ୍କ ସହିତ ବ୍ରହ୍ମଗିରି କୃଷକ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳର ଶିକ୍ଷକ ଉମାକାନ୍ତ ମିଶ୍ର, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକଏବଂ ବସନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିଲେ । ଉପହାର ସ୍ବରୂପ ବିଦ୍ୟାଳୟର ମୂଖପତ୍ର ରତ୍ନଚିରା ପୁସ୍ତକ କୂଳପତି ଡକ୍ଟର ତ୍ରିପାଠୀଙ୍କୁ ଶିକ୍ଷକ ଶ୍ରୀ ପଟ୍ଟନାୟକ ପ୍ରଦାନ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧୦/୨୦୨୨----୮,୪୦ Sakhigopal News,3/10/2022