Home
/
Unlabelled
/
ମହାତ୍ମା ଗାନ୍ଧୀ ଓ ସ୍ଵାଧୀନ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ
ମହାତ୍ମା ଗାନ୍ଧୀ ଓ ସ୍ଵାଧୀନ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ କପିଳେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାଳୟ, ଧାନକେରା ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ଵାଧୀନ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ସ୍କୁଲ୍ ପରିଚାଳନା କମିଟି, ଆଲୁମିନୀ କମିଟି ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କଦ୍ଵାରା ପାଳିତ ହୋଇ ଯାଇଛି। ଆୟୋଜିତ ସ୍ମୃତିଚାରଣ ସଭାରେ ସଭାପତିତ୍ୱକରି ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ମହାତ୍ମା ଗାନ୍ଧୀ ଙ୍କର ସ୍ଵାଧୀନ ଭାରତ ଗଠନ ତଥା ମାନବ ଜାତି ପ୍ରତି ଥିବା ଅବଦାନ ଯୁଗେ ଯୁଗେ ଅବିସ୍ମରଣୀୟ ହୋଇ ରହିବ ଏବଂ ଶାସ୍ତ୍ରୀ ଜୀଙ୍କ ସମୃଦ୍ଧ ଭାରତ ଓ ଜୟ ଜୱାନ ଜୟ କିସାନ୍ ଆହ୍ବାନ ଇତିହାସରେ ସ୍ଵର୍ଣ୍ଣ ଅକ୍ଷର ରେ ରହିବ। ଉତ୍ସବରେ ମୁଖ୍ୟଅତିଥି ଭାବରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ପ୍ରଫେସର ସୁଧାଂଶୁ ଶେଖର ମିଶ୍ର ,ନିଶାର ପ୍ରଭାବ ଏବଂ ନିଶା ମୁକ୍ତି ଭାରତ ସମ୍ପର୍କରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ଦୃଶ୍ୟଶ୍ରାବ୍ୟ ଚିତ୍ର ମାଧ୍ୟମରେ ସରଳ ଭାବରେ ବୁଝାଇ ଥିଲେ । ନିଜକୁ, ପରିବାରକୁ ତଥା ଆତ୍ମୀୟସ୍ୱଜନ ମାନଙ୍କୁ ନିଶା ମୁକ୍ତ ରଖିବା ପାଇଁ ଶପଥ ଗ୍ରହଣ କରାଯାଇଥିଲା । ଉକ୍ତ ଉତ୍ସବକୁ ଇନ୍ଦିପୁର ମହାବିଦ୍ୟାଳୟରେ ନିଶା ନିବାରଣ ଦିବସ ଭାବରେ ପାଳନ କରାଯାଇଛିଏବଂ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିମ୍ନଲିଖିତ ବ୍ୟକ୍ତିମାନେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସଭାକୁ ସଫଳ କରାଇଥିଲେ।ରମେଶ ଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସାକ୍ଷୀଗୋପାଳ ମଞୁଲତା ମୁଦୁଲି , ସମାଜସେବୀ ମନୋରଞ୍ଜନ ମିଶ୍ର, ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ନାୟକ , ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ,ଦୁର୍ଗା ପ୍ରସାଦ ରଥ,ସମୀର ମହାପାତ୍ର, ଶକ୍ତିରଞନ ପ୍ରଧାନ ,ନବଘନ ଶତପଥୀ , ଆଇନ ଜୀବୀ ଶୁସାନ୍ତ କୁମାର ରଥ, କିଶୋର ଚନ୍ଦ୍ର ଜେନା ,ରୁଦ୍ର ନାରାୟଣ ଛାଟୋଇ। ସ୍ମିତା ମଲ୍ଲିକ, ଶିବନାଥ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧୦/୨୦୨୨----୪,୫୫ Sakhigopal News,3/10/2022
ମହାତ୍ମା ଗାନ୍ଧୀ ଓ ସ୍ଵାଧୀନ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ
Reviewed by sakhigopal news
on
16:24
Rating: 5
