105ଗ୍ରାମ ଧଳା ଜହର ଜବତ; ଜଣେ ଗିରଫ
ପୁରୀ ----ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ଥାନା ଅଧୀନ ଜୁଣେଇସ୍ଥିତ ଭୋଳ ସାହି ରେ ଚଢ଼ାଉକରି ଅଜୟ ଭୋଳ ବୟସ -32ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ 105 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିଛି । କୋଣାର୍କ ଅବକାରୀ ଥାନା କେସ ନଂ -71/22-23 ରୁଜୁ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 10,50,000/-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ଶ୍ରୀମତି ସବିତା ସାହୁ,ଆଶିଷ ପ୍ରଧାନ, ସେକ ୱାରିସ, ପ୍ରବୀନ ବିରାଜ କିରୋ ପ୍ରମୁଖ ସାମିଲ ଥିଲେ। ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧୦/୨୦୨୨---- ୫,୧୦
Sakhigopal News,4/10/2022