ବଜ୍ରଘାତରେ ମହିଳା ଗୁରୁତର
ଭଞ୍ଜନଗର– ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଖଣ୍ଡିଶାଳ ଗାଁ ରେ ଘଟିଛି ଏଭଳି ଘଟଣା । ଗୁରୁତର ଆହତ ମହିଳା ଜଣକ , ସେହି ଗାଁ ର ନୟନୀ ଜାନୀ (୫୦) । ନିଜ ଘରେ ଖାଇବସିଥିବା ବେଳେ ତାଙ୍କ ଘର ଉପରେ ବଜ୍ରଘାତ ହୋଇଥିଲା । ଏହାପରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ଖବର ପ୍ରକାରେ ବିଗତ ଦିନରେ ବଜ୍ରାଘାତରେ ତାଙ୍କ ସ୍ବାମୀ ମଦନ ଜାନି ଙ୍କ ମୃତ୍ୟୁ ହୋଇଥିଲା । ସ୍ବାମୀ ଙ୍କ ମୃତ୍ୟୁ ପରେ ଅଭାବ ଭିତରେ ଦିନ ବିତାଉଛନ୍ତି ନୟନୀ । ଏବେ ପୁଣି ସେ ବଜ୍ରାଘାତରେ ଆହତ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଏବଂ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ନାୟକ , ସ୍ଥାନୀୟ ପ୍ରଶାସନ କୁ ନିବେଦନ କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୦/୨୦୨୨----୭,୨୫ Sakhigopal News,7/10/2022