Breaking News

କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ସଭା ଗୃହ ପରିସରରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ୱର ର ଡ, ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ, ବୈଜ୍ଞାନିକ ଡ ଅନୁରାଗ କୁମାର, ବୈଜ୍ଞାନିକ ଡ ଅଜୟ ପୁନ୍ଦିରା, ବୈଜ୍ଞାନିକ ଡଃ,ଅଶୋକ ଯାଦବ, ସିନିୟର୍ ବୈଜ୍ଞାନିକ ତଥା ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ଡ, ସଞ୍ଜୟ କୁମାର ମହାନ୍ତି, ବୈଜ୍ଞାନିକ ଡ,ରାଜେଶ ମୁନିସ, ଡ,ସୁମିତ୍ରା ଆଚାର୍ଯ୍ୟ ଆଦେଶ ସିଂ,ବିମଳ ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ। ପୁରୀ ଜିଲ୍ଲା ର ୧୧ ଗୋଟି ବ୍ଳକର ୨୩୦ ଜଣ ପୁରୁଷ ଓ ମହିଳା ଚାଷୀ ଓ ମହିଳା ଗୋଷ୍ଠୀ ଯୋଗଦେଇଥିଲେ। ବିକ୍ରମ ପାଲାଟାସିଂ କୃଷି ଯନ୍ତ୍ରପାତି ବ୍ୟବହାର କରି ଧାଡ଼ି ରୁଆ ଧାନଚାଷ ପାଇଁ ତାଙ୍କୁ ସମ୍ମାନୀତ କରାଯାଇଥିଲା।
ସେହିପରି ବିଶ୍ବ ଜୀବନ ସେବା ସଂଘ କୃଷି ପାଇଁ ଉଲ୍ଲେଖନୀୟ ଭୂମିକା ପାଇଁ ସମ୍ମାନିତ, ଶୁଭଶ୍ରୀ ପଣ୍ଡାଙ୍କୁ ମହୁଚାଷ,ଗିତାଞ୍ଜଳି ସାହୁଙ୍କୁ କୃଷକ ମହିଳା ଗୋଷ୍ଠୀ ଗଠନ, ନରେଶ ପରିଡ଼ା ସମନ୍ୱିତ ଚାଷ, ବିଣାପାଣି ବେହେରା ଛତୁ ଚାଷ ଓ କୃଷି ଯନ୍ତ୍ରପାତି,ମାଛ, ଛତୁ, ପନିପରିବା, ବୁନ୍ଦା ଜଳସେଚନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୩୦ଜଣ ପୁରୁଷ ମହିଳା ଚାଷୀ ଙ୍କୁ  ପ୍ରଧାନମନ୍ତ୍ରୀ କୃଷକ ସମ୍ମାନରେ  ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥି ମାନେ ଚାଷୀ ମାନଙ୍କୁ ସମ୍ମାନୀତ କରିଥିଲେ। ବିଶେଷ କରି ଧାଡ଼ି ରୁଆ ଧାନଚାଷ,ରବିଜାତୀୟ ଫସଲ ସହିତ ପନିପରିବା ଚାଷ ଓ ରୋଗ ପୋକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ବୈଜ୍ଞାନିକ ଡ, ସଞ୍ଜୟ କୁମାର ମହାନ୍ତି ସଂଯୋଜନା କରିଥିଲେ। ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ର ଡ, ଦୀପଶିଖା ପରମଜିତ,ଡଃ, ଅମ୍ବିକା ପ୍ରସାଦ ନାୟକ, ସୁନିତା ରାଣୀ ସେଠି,ନିଭା ମହାପାତ୍ର, ପୁଷ୍ପାଞ୍ଜଳି ମହାପାତ୍ର, ବିଭୁପ୍ରସାଦ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୦/୨୦୨୨---୮,୨୦ Sakhigopal News,17/10/2022

Blog Archive

Popular Posts