Breaking News

ବିଦ୍ୟାଳୟରେ ଫୂଟବଲ ଟୁର୍ଣ୍ଣାମେଣ୍ଟ ଲୋକାର୍ପଣ




ଜଟଣୀ ---ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ମନରେ ଫୂଟବଲ ଖେଳପ୍ରତି ଦୁର୍ବଳ ମନୋଭାବ ଯୋଗୁଁ ଧୀରେ ଧୀରେ ଫୂଟବଲ ଖେଳ ଲୋପ ପାଇବାକୁ ବସିଲାଣି । ତେଣୁ ଛାତ୍ରଛାତ୍ରୀଙ୍କ ମନରେ ଫୂଟବଲ ଖେଳପ୍ରତି ଆଗ୍ରହ ଆଣିବା ଉଦେଶ୍ୟରେ ଓଡିଶା ସରକାର ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟରେ ଫୂଟବଲ ଟୁର୍ଣ୍ଣାମେଣ୍ଟ ଲୋକାର୍ପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଦିବା ୧୨ ଘଟିକା ସମୟରେ ଜଟଣୀ ପୌରପାଳିକା ଅନ୍ତର୍ଗତ ବାଛରା ଶୁଶିଳାଦେବୀ ପ୍ରଗତି ବିଦ୍ୟାପୀଠ ଆନୁକୂଲ୍ୟରେ ଜଟଣୀ ବିଇଓ ରଶ୍ମିବାଳା ପରିଡା, ବିଡ଼ିଓ ସରୋଜ କୁମାର ରାଉତ, ସିଆରସିସି ମାନଗୋବିନ୍ଦ ସାହୁ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଗ୍ରସେନ ରଣସିଂହ ସହ ଖେଳ ଶିକ୍ଷୟିତ୍ରୀ ବାସନ୍ତୀ ପାଇକରାୟ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ କାଉନସିଲର କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଫୁଟବଲ ଲୋକାର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୧୦/୨୦୨୨---୮,୪୦ Sakhigopal News,17/10/2022

Blog Archive

Popular Posts