ପ୍ରାନ୍ତ ସ୍ତରୀୟ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା
ସାକ୍ଷୀଗୋପାଳ--- ଓଡ଼ିଶା ପୂର୍ବ ପ୍ରାନ୍ତ ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖା ସହଯୋଗରେ ସାକ୍ଷୀଗୋପାଳ ବ୍ଳକ ଛକ ନିକଟ ସ୍ବର୍ଣ୍ଣ ମଣ୍ଡପ ପରିସରରେ ପ୍ରାନ୍ତ ସ୍ତରୀୟ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଭାବେ ପ୍ରଫେସର ଡ଼ଃ ଅଶୋକ ମହାପାତ୍ର, କୁଳପତି ସୋଇ ବିଶ୍ବବିଦ୍ୟାଳୟ ଭୁବନେଶ୍ୱର, ଭାରତ ବିକାଶ ପରିଷଦର କେନ୍ଦ୍ରୀୟ ମହାସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ସତ୍ୟବାଦୀ ଶାଖା ର ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସମ୍ପାଦକ ନବୀନ ଶତପଥୀ, ପ୍ରାନ୍ତର ସମ୍ପାଦକ ପ୍ରଦୀପ୍ତ କୁମାର ମହାରଣା, ଅର୍ଥ ସଚିବ ଦୁଖିଶ୍ଯାମ ଦାଶ, ସଂଗଠନର ସମ୍ପାଦକ ରାମଚନ୍ଦ୍ର ଦଳେଇ ଓ ଓଡ଼ିଶା ପୂର୍ବ ପ୍ରାନ୍ତ ଭାରତ ବିକାଶ ପରିଷଦର ଅଧ୍ୟକ୍ଷ ସତ୍ୟବାଦୀ ଦାଶ ଯୋଗଦେଇ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ପିଲାମାନଙ୍କ ମଧ୍ୟରେ ଭାରତ ମା ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ଏହା ଏକ ଉଦ୍ୟମ ବୋଲି ଅତିଥି ମାନେ କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ୧୧ଗୋଟି ଶାଖାର ସଭାପତି, ସମ୍ପାଦକ, ସଦସ୍ୟ ସଦସ୍ୟା ମାନଙ୍କ ସହିତ ୧୧ଗୋଟି ବିଦ୍ୟାଳୟ ରୁ ପିଲାମାନେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ହିନ୍ଦୀ, ସଂସ୍କୃତ ଓ ଓଡ଼ିଆ ଭାଷାରେ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ମଣ୍ଡଳୀ ଭାବେ ମଧୁସ୍ମିତା ଲେଙ୍କା, ମନୋଜ କୁମାର ମାଟି ଓ ସବେଶ୍ବର ବୈଠାରୁ ରହିଥିଲେ । ଦିଲ୍ଲୀ ପ୍ରବ୍ଳିକ ସ୍କୁଲ କଳିଙ୍ଗା ଅଂଧାଳିଆ, ଭୁବନେଶ୍ୱର ତିନୋଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟାନ ହୋଇଥିଲେ । ସେହିପରି ଏମ ବି ଏମ୍ ପିଲାମାନେ ହିନ୍ଦୀ ଓ ସଂସ୍କୃତ ସଂଗୀତ ରେ ଦୁତୀୟ ସ୍ଥାନରେ ଥିବା ବେଳେ ତୁତୀୟ ସ୍ଥାନରେ ଓ ଓଡ଼ିଆ ଗୀତ ରେ ଦୁତୀୟ ଡିଏବି ପବ୍ଳିକ ସ୍କୁଲ ଚନ୍ଦ୍ରଶେଖରପୁର ଭୁବନେଶ୍ୱର। ସେହିପରି ଓଡ଼ିଆ ସଂଗୀତରେ ତୁତୀୟ ସ୍ଥାନରେ ବ୍ରହ୍ମପୁର ଡିଏଭି ପବ୍ଳିକ ସ୍କୁଲ ତୁତୀୟ ସ୍ଥାନ ଅଧିକାର କରିଛି ।
ଭାରତ ବିକାଶ ପରିଷଦ ପକ୍ଷରୁ ମାନପତ୍ର ସହିତ ସିଲ୍ ପ୍ରଦାନ କରାଯାଇଥିଲା। ଓଡ଼ିଶା ପୁର୍ବ ପ୍ରାନ୍ତ ଭାରତ ବିକାଶ ପରିଷଦର ଅଧ୍ୟକ୍ଷ ସତ୍ୟବାଦୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ବାଗତ ଭାଷଣ ଦେଇଥିଲେ। ଡଃ ବିଜୟ ଲକ୍ଷ୍ମୀ ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ବସନ୍ତ କୁମାର ସ୍ୱାଇଁ, ସୁନୀଲ କୁମାର ବେହେରା, ମୃତ୍ୟୁଞ୍ଜୟ ମହାପାତ୍ର, ସୁଶାନ୍ତ ରଥ, ଦିଗନ୍ତ କୁମାର ପତି, ବିଜୟ କୁମାର ପରିଡ଼ା ସାକ୍ଷୀଗୋପାଳ ଭାରତ ବିକାଶ ପରିଷଦର ସଦସ୍ୟ ଓ ପଦାଧିକାରୀ ମାନେ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୦/୨୦୨୨---୬,୨୦ Sakhigopal News,17/10/2022

Reviewed by sakhigopal news
on
02:54
Rating: 5