ଯୁବକଙ୍କୁ ରାସ୍ତା ଉପରେ ଆକ୍ରମଣ ଘଟଣାର ଭିଡିଓ ଭାଇରାଲ
ବେଗୁନିଆ------- ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମରେ ଜଣେ ଯୁବକଙ୍କୁ ମିଳିତ ଭାବରେ ଠେଙ୍ଗା ଦ୍ଵାରା ବାଡାଉଥିବାର ଦୃଶ୍ୟଟି ଗୁରୁବାର ଦିନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳୁଛି । ସୂଚନାରୁ ପ୍ରକାଶ ଯେ ପୋଡାଡିହ ଗ୍ରାମର ବସନ୍ତ ଜଗଦେଵ ଓ ମାନସ ଜେନା ଉଭୟ ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୂର୍ବରୁ ବହୁବାର ଗଣ୍ଡଗୋଳ ହୋଇଥିବାର ଶୁଣିବାକୁ ମିଳୁଛି । ଗତ ୮ ତାରିଖ ଦିନ କୌଣସି ଏକ କାରଣକୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏଥିରେ ରମେଶ ଓ ମାନସ ମଧ୍ୟରେ କଥାକଟି ହୋଇ ମାନସ ଉତକ୍ଷିପ୍ତ ହୋଇ ରମେଶକୁ ଶକ୍ତ ଚାପୁଡ଼ା ମାରିଥିଲେ ।ରମେଶଙ୍କ ବାପା ବସନ୍ତ ଓ ଭାଇ ଗିରିଶ ପହଁଚି ମାନସଙ୍କୁ ଆକ୍ରମଣ କରି ମୁଣ୍ଡକୁ ଫଟାଇ ଦେଇ ଛାଡ଼ି ଚାଲିଯାଇଥିଲେ । ଏଥିରେ ମାନସଙ୍କ ପରିବାର ମିଳିତ ଭାବେ ରମେଶଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିବା ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରମେଶ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।ପରେ ଏ ନେଇ ଉଭୟଙ୍କ ପରିବାର ପକ୍ଷରୁ ବାଘମାରୀ ଥାନାରେ ଅଭିଯୋଗ ହୋଇଛି ।ରମେଶଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାର ଜଣାପଡିଛି । ଏ ନେଇ ବାଘମାରୀ ଥାନା ଅଧିକାରୀ ପଚାରିବାରେ ଦୁଇଟି କେସ ରୁଜୁ ହୋଇ ତଦନ୍ତ ଚାଲିଛି ପ୍ରକୃତ ସତ୍ୟ ଜଣା ପଡିବା ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ବରୀ ରୁ ଦର୍ଶନ ବେହେରା