ଏଆଇୟୁଟିୟୁସି ପକ୍ଷରୁ ଶ୍ରମିକ ଦିବସ ପାଳନ
ଶରଣକୁଳ---ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଶରଣକୁଳଠାରେ ଏଆଇୟୁଟିୟୁସି ତରଫରୁ ଶ୍ରମିକ ନେତା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଶ୍ରମିକ ଦିବସ ପାଳନ ହୋଇଯାଇଛି।ଶରଣକୁଳର ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଜୟକୃଷ୍ଣ ସାହୁ ପତାକା ଉତ୍ତୋଳନ କରିଥିଲେ।ସେଠାରେ ଉପସ୍ଥିତ ନେତୃମଣ୍ଡଳୀ ଓ ଶ୍ରମିକମାନେ ସାମାଜିକ ଦୂରତା ରକ୍ଷାକରିବା ସହ ମୁହଁରେ ମାସ୍କ ପିନ୍ଧି ଶ୍ରମିକ ଦିବସ ପାଳନ କରିଥିଲେ।ଆଗାମୀ ଦିନରେ ସଂଘ କୃଷକ ଏବଂ ଶ୍ରମିକମାନଙ୍କ ପାଇଁ ଆହୁରି ଅନେକ କାର୍ଯ୍ୟକ୍ରମ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।
ଶରଣକୁଳରୁ ମାନସ କୁମାର ସାହୁ।