ପୁଅ ପାଖକୁ ଆସି ମା ନିଖୋଜ ୮ ଦିନ ହେଲା ପତା ମିଳୁନି
ପୁରୀ; ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଚୁପୁରିଙ୍ଗ ଗ୍ରାମର କୁମତା ଦଳେଇ ବୟସ ୬୦ ନିଖୋଜ ଅଛନ୍ତି । ବୃଦ୍ଧା ମା ଟି ଆସିଥିଲେ ରାଉରକେଲା ର ଲୋକନାଥ ମାର୍କେଟ ସେକ୍ଟର ନମ୍ବର ୨୨ ରେ ଥିବା ପୁଅ ପାଖକୁ । ଆସି କୁଆଡେ ପଳେଇଯାଇଛନ୍ତି । ଆଜକୁ ୮ ଦିନ ହେଲା ନିଖୋଜ ହୋଇଯାଇଛନ୍ତି । ବହୁ ଖୋଜା ଖୋଜି ପରେ ମା କୁ ପୁଅ ପାଇନଥିଲେ । ମା ର ନିଖୋଜ ହେବା ଘଟଣା କୁ ନେଇ ପୁଅ ବହୁ ଖୋଜା ଖୋଜି କରି ମଧ୍ୟ ନିରାଶ ହେବାପରେ ମା ର ନିଖୋଜ ସମ୍ପର୍କରେ ପୁଅ ରାଉରକେଲା ରେ ଥିବା ସେକ୍ତର ୨୨ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଅଦ୍ୟାବଧି ମିଳିପାରି ନାହାନ୍ତି । କୌଣସି ସହୃଦୟ ବ୍ୟକ୍ତି ଯଦି ସନ୍ଧାନ ପାନ୍ତି ତାହେଲେ ନିକଟସ୍ଥ ଥାନା କିମ୍ବା ପରିବାରଙ୍କ ନିମ୍ନଲିଖିତ ଫୋନ ନମ୍ବର ୯୭୭୭୮୭୪୮୦୫, ୮୮୯୫୧୭୯୧୦୫,୮୨୬୦୮୧୩୩୩୧ ଯୋଗାଯୋଗ କରିବା ପାଇଁ ନିବେଦନ କରିଛନ୍ତି । ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୦/୨୦୨୨---୬,୪୦ Sakhigopal News,16/10/2022