Breaking News

ରେମଣ୍ଡା ଫୁଟବଲ ମହୋତ୍ସବ ଆଜାଦୀ ର ଲିଗ ମ୍ୟାଚ ର ପୁଟପୁଟପାଲି ଦଳ ଚମ୍ପିୟାନ


ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଚାଲିଥିବା ରେମଣ୍ଡା ଫୁଟବଲ ମହୋତ୍ସବ ଆଜାଦୀ ର ଲିଗ ମ୍ୟାଚ ର ପୁଟପୁଟପାଲି ଓ ନାଗପଡା ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ପୁଟପୁଟପାଲି ୨/ ୧ ଗୋଲ ରେ ବିଜୟୀ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ଅତାବିରା ବିଦ୍ୟୁତ ସବଡିଭିଜନାଲ ଅଫିସର (TPWODL)ର ମନ୍ନଥ ଦାଶ ଓ ସମ୍ମାନୀତ ଅତିଥି ଭାବେ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ପୁର୍ବତନ ବିଦ୍ୟାର୍ଥୀ ଅରୁଣ କୁମାର ହୋତା ଯୋଗ ଦେଇଥିଲେ। ରେଫରୀ ଭାବେ ଶିବାନନ୍ଦ ଦାଶ, ବାଗ ଓ ଅଶ୍ଵିନି ମେହେର ଖେଳ ପରିଚାଳନା କରିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ପୁଟପୁଟପାଲି ର ପପୁ ମିର୍ଦ୍ଧା ଙ୍କୁ ଘୋଷଣା କରାଯାଇଥିଲା। ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଧାରବିବରଣୀ ପ୍ରଦାନ କରିଥିଲେ ସଞ୍ଜୟ ନନ୍ଦ। ମ୍ଯାଚ ପରିଚାଳନାରେ ସହଯୋଗ କରିଥିଲେ ରେମଣ୍ଡା ସେବା ସମବାୟ ସମିତି ଲି ର ସଭାପତି ଶିବ ପ୍ରସାଦ ଖମାରୀ,ଗୋପାଲ ସେଟ,ଗଂଗାଧର ମେହେର, ଯୋଗେଶ୍ବର ସାହୁ, ହରମୋହନ ସେଠ ଓ ପ୍ରଶାନ୍ତ ସାହୁ ଓ ଚିରସବୁଜ ସାଂସ୍କୃତିକ ସଂସଦ ଓ ଏଥେଲେଟିକ ଏସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ଭାବେ ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୦/୨୦୨୨---୬,୨୦ Sakhigopal News,16/10/2022

Blog Archive

Popular Posts