ଭେଡେନ ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ର ଜନସଂପର୍କ ପଦଯାତ୍ରା
ବରଗଡ଼--- ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ କ୍ରମେ ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ଠାରୁ ଆରମ୍ଭ ହୋଇ ଆଗାମୀ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଭେଡେନ ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ର ଜନସଂପର୍କ ପଦଯାତ୍ରା ରେମଣ୍ଡା ସମଲେଶ୍ୱରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି । ଓଡିଶା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ନେତୃତ୍ବରେ ଶତାଧିକ ବିଜେଡି ସମର୍ଥକ ମାନେ ରେମଣ୍ଡା ଗ୍ରାମ ପରିକ୍ରମା କରି ଥୁଆପାଲି ଗ୍ରାମ ଦେଇ ଝରାପାଲି ମାର୍କେଟ ଠାରେ ପହଞ୍ଚିଥିଲେ। ଝରାପାଲି ମାର୍କେଟ ପ୍ରାଙ୍ଗଣ ଠାରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭେଡେନ ବ୍ଲକ ବିଜୁ ଜନତା ଦଳର ସଭାପତି ହରିଶଙ୍କର ବେହେରା ସ୍ଵାଗତ ଭାଷଣ ଦେଇଥିଲେ। ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ ପୁର୍ବତନ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଢ଼ୀ। ମୁଖ୍ୟ ଅତିଥି ଭାବରେ ଓଡିଶା ମହିଳା ବିଜୁଜନତା ଦଳର ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଗିଂନୀ ଛୁରିଆ ଯୋଗ ଦେଇଥିଲେ ।ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ର ଓ ସଫଳତାର ରୂପାୟନ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ ଓ କେନ୍ଦ୍ର ସରକାରଙ୍କ ଅବହେଳା, ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀ ଦର ହୁ ହୁ ହୋଇ ବଢି ଚାଲିଛି, ଧାନର ସରକାରୀ ଦର ବୃଦ୍ଧି ନକରିବାରୁ ଚାଷୀ ମାନେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ଫଳରେ ଗରିବ ଓ ମଧ୍ୟବିତ୍ତ ପରିବାରର ଶ୍ରେଣୀ ଜନସାଧାରଣ ନାନାପ୍ରକାରର ଅସୁବିଧା ସମୁଖୀନ ହେବାକୁପଡୁଛି ।ଏହା ସହିତ ଓଡିଶା କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ଅହେତୁକ ବିଳମ୍ବ ହେଉଥିବାରୁ ବିକାଶ ଧାରାରେ ବାଧାପ୍ରାପ୍ତ ହେଉଛି। ଗାଁ ଗାଁ ରେ ଏସବୁ କଥା କହିବା ପାଇଁ ଉପସ୍ଥିତ ଥିବା କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ଏହି ସମୟରେ ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ଉପାଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ଜିଲ୍ଲାପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ପଦ୍ମିନୀ ଗଡତିଆ, ପିଙ୍କି ବଢେଇ ସମେତ ଭେଡେନ ବ୍ଲକ ର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ଯ ସଭ୍ଯା, ପେକ୍ସ ର ସଭାପତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ଯା ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ସୁବ୍ରତ ଚାନ୍ଦ ଚାଷୀଗିରି ନଈ, ଶୁଶାନ୍ତ ସାହୁ, ଜୟନ୍ତୀ ସେଠ୍, ସାନିପାନି ରାମକୃଷ୍ଣ, ରବିନ୍ଦ୍ର ଦାଶ ଓ ଝରାପାଲି ମାର୍କେଟ ଜନସାଧାରଣ ସହଯୋଗ କରିଥିଲେ। ପରିଶେଷରେ ଜିଲ୍ଲା ପରିଷଦ ଜୋନ ୨ ସଭ୍ୟ ସତ୍ୟଜିତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୦/୨୦୨୨----୬,୨୦ Sakhigopal News,16/10/2022