ବିଶ୍ୱ ଶିକ୍ଷାର୍ଥୀ ଓ ବିଶ୍ୱ ହାତଧୁଆ ଦିବସରେ ପରିବେଶ ସଚେତନତା ବାର୍ତ୍ତା
ଡେଲାଙ୍ଗ :ବିଶ୍ୱ ଶିକ୍ଷାର୍ଥୀ ଓ ବିଶ୍ୱ ହାତଧୁଆ ଦିବସ ପାଳନ ଅବସରରେ ସଚେତନତା ବାର୍ତ୍ତା ଦେଇଛନ୍ତି ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗର ପ୍ରତିଷ୍ଠାତା ତଥା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ । ସରକାରୀ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିଢପଟଣାରେ ପରିବେଶ ସଚେତନତା ବାର୍ତ୍ତା ଦେବା ସହ ଭଲ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀପାଢୀ । ଏହି ଅବସରରେ ଶ୍ରୀଯୁକ୍ତ ପାଢ଼ୀଙ୍କର ପରିବେଶ ସୁରକ୍ଷା ବାର୍ତ୍ତା କୁ ପ୍ରଧାନଶିକ୍ଷକ ଦିଗମ୍ବର ରଥ ଲୋକାର୍ପଣ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବାଣ୍ଟିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ରଥ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ କର୍ମୀ ଶ୍ରୀ ପାଢ଼ୀଙ୍କ ଭଳି ଗଛ ଲଗାଇ ପରିବେଶ ସୁରକ୍ଷାରେ ବ୍ରତୀ ହେବାପାଇଁ ଶପଥ କରାଇ ଥିଲେ । ଏହି ଅବସରରେ ଭାରତର ପୂର୍ଵତନ ରାଷ୍ଟ୍ରପତି ସ୍ବର୍ଗତ ଅବଦୁଲ କଲାମ ଙ୍କ ସ୍ମୃତିରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ଶ୍ରୀ ପାଢ଼ୀ ଜନ ସଚେତନତା ସୃଷ୍ଟି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିଢପାଟଣା ଗ୍ରାମର ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳୀ ଜେନା ଉପସ୍ଥିତ ଥିଲେ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୧୦/୨୦୨୨----୭,୪୦ Sakhigopal News,15/10/2022