Breaking News

ଗୋଟିଏ କଦଳୀ ଗଛରେ ଦୁଇଟି କଦଳୀ କାନ୍ଧି


 


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତର  ଆଦର୍ଶ ନୂଆଗାଁ ସିଡି ରାସ୍ତା ନିକଟରେ ସନାତନ ବେହେରାଙ୍କ ବାରି ବଗିଚାରେ ଗୋଟିଏ କଦଳୀ ଗଛରେ ଦୁଇଟି କାନ୍ଧି ହୋଇଛି । ଗୋଟିଏ ପାଚିଥିବା ବେଳେ ଅନ୍ୟଟି କଞ୍ଚା ରହିଛି । କଦଳୀ ସବୁସମୟରେ ଅଗ୍ର ଭାଗରେ ହୋଇଥିାଏ । ମାତ୍ର ଏହି କଦଳୀ ଗଛର ମଝିରେ ଫାଟ ସୃଷ୍ଟି ହୋଇ କଦଳୀ କାନ୍ଧି ପଡିଛି । ଏହା ଜଣାପଡିବା ପରେ ସେଠାରେ ଲୋକମାନେ ଦେଖିବା ପାଇଁ ଗହଳି ଲାଗିଛି । ସେହିପରି ସନାତନ ଦିନେ ଏକ ନଡିଆ ଛଡେଇବା ସମୟରେ ଜଗନ୍ନାଥଙ୍କ ଆକୃତିର ନଡିଆ ବାହାରିଥିଲା । ସେ ଉକ୍ତ ନଡିଆଟିକୁ ଠାକୁରଙ୍କ ଘରେ ରଖି ପୂଜା ପାଠ କରୁଛନ୍ତି । ସନାତନ ଜଣେ ଜଗନ୍ନାଥ ପ୍ରେମୀ ଅଟନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୦/୨୦୨୨----୬,୩୦   Sakhigopal News,15/10/2022  

  

Blog Archive

Popular Posts