Breaking News

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ


ପୁରୀ ---- 
ନବନିର୍ବାଣ କୃଷକ ସଂଗଠନ ଜିଲା ସଂଯୋଜକ ଶ୍ରୀ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ଏହି ବୈଠକରେ ଯୋଗଦେଇ ଥିଲେ। ଏହି ବୈଠକରେ  ଦୁଇଟି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆସନ୍ତା 14/10/2022 ଶୁକ୍ରବାର ପୂର୍ବାହ୍ନରୁ ଚଣ୍ଡିଖୋଲ ଛକଠାରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା  ଆୟୋଜନ ନିମନ୍ତେ ସ୍ଥିର କରାଯାଇଛି । ଏହି ବିଶାଳ କୃଷକ ସମାବେଶରେ ଓଡିଶାର ସମସ୍ତ ଚାଷୀ ଯୋଗଦେଇ ପଦଯାତ୍ରା ଓ ସମାବେଶକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି। 
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାଇ-
କେନ୍ଦ୍ର ସରକାର ଧାନର କ୍ୱିଣ୍ଟାଲ ପିଛା ₹ 5000 (ପାଞ୍ଚ ହଜାର ଟଙ୍କା) ଲାଗୁ କରନ୍ତୁ ‌। ସମସ୍ତ ଚାଷୀ ପରିବାରଙ୍କୁ ମାସିକ ₹ 5ହଜାର ଟଙ୍କା ଭତ୍ତା ପ୍ରଦାନ କରନ୍ତୁ ।
ଏହି ଦୁଇଟି ପ୍ରମୁଖ ଦାବିକୁ ପୂରଣ କରିବା ଉଦ୍ଦେଶ୍ୟରେ ଏହି ବିଶାଳ କୃଷକ ପଦଯାତ୍ରା ଆୟୋଜନ କରାଯାଉଛି ‌।ଉକ୍ତ ପ୍ରସ୍ତୁତି ବୈଠକରେ ବିଭିନ୍ନ ଜିଲା ସଦର ମହକୁମା ତଥା ବ୍ଲକସ୍ତରୀୟ କାର୍ଯ୍ୟ କର୍ତ୍ତାମାନଙ୍କ ମଧ୍ୟରୁ ସର୍ବଶ୍ରୀ ଭରତ କୁମାର ସ୍ୱାଇଁ, ଭଗବାନ ପ୍ରଧାନ, ଚନ୍ଦ୍ରସାରଥୀ ପରିଡା, ପିତାମ୍ବରୀ ଦାସ, କୁନି ମହାପାତ୍ର, ମୀନା ଅପା (କାକଟ ପୁର ) ସଦାନନ୍ଦ ଭୋଇ, ଭୁବନେଶ୍ୱର ଜେନା ପ୍ରମୁଖ ଯୋଗଦେଇ ପଦଯାତ୍ରାକୁ ସଫଳ କରିବାକୁ ତାଙ୍କର ନାଯ୍ୟ ସମର୍ଥନ ଜଣାଇଵା ସହିତ ଓଡିଶାର ସମସ୍ତ କୃଷକ ଭାଇ ଭଉଣୀ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧୦/୨୦୨୨---୮,୧୦ Sakhigopal News,4/10/2022

ବନ୍ଦେ ଉକ୍ତଳ ଜନନୀ
ଜୟ କିଷାନ 🙏🏽

Blog Archive

Popular Posts