ଗାନ୍ଧୀ ଜୟନ୍ତୀ ରୁ ସବୁଜ ଡେଲାଙ୍ଗ ପକ୍ଷରୁ ଲୋକଙ୍କ ବାରିରେ ଗଛଲଗା ଅଭିଯାନ ଆରମ୍ଭ
ଡେଲାଙ୍ଗ : ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ଆଇନଜୀବୀ ହୃଷୀ କେଶ ପାଢ଼ୀ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ସ୍ମୃତି ପୀଠ ବେରବୋଇ ଡେଲାଙ୍ଗ, ଲୋକଙ୍କ ବାରିରେ ଗଛଲଗା ଅଭିଯାନ ର ଶୁଭାରମ୍ଭ କରିଛନ୍ତି । ବିଶ୍ୱ ତାପୟନ ରୁ ମୁକ୍ତି, ପରିବେଶ ସୁରକ୍ଷା, ଜଳବାୟୁ ର ନିୟନ୍ତ୍ରଣ, ପ୍ରାକୃତିକ ବିପର୍ଯୟ ରୁ ରକ୍ଷା ପାଇଁ ଗଛ ଅପରିହାର୍ଯ୍ୟ ହୋଇଥିବାରୁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ଧରାପୃଷ୍ଠ କୁ ସବୁଜିମା କରିବା ପାଇଁ ଶ୍ରୀ ପାଢ଼ୀ ନିବେଦନ କରିଛନ୍ତି । ଲୋକଙ୍କ ବାରିରେ ଗଛ ଲଗାଇ ତା "ର ଯତ୍ନ ନେଇ ବଡ କରିବା ସହ ପ୍ରକୃତି ଓ ପରିବେଶ ସ୍ୱଚ୍ଛତା ଉପରେ ଶ୍ରୀ ପାଢ଼ୀ ସଚେତନତା ସୃଷ୍ଟି କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧୦/୨୦୨୨---୭,୨୦ Sakhigopal News,4/10/2022