ଝରାପାଲି ବଜାର ପ୍ରତିଷ୍ଠା କରିଥିବା ସ୍ଵର୍ଗତ ବିରଞ୍ଚି ମାଝୀ ଙ୍କ ଧର୍ମପତ୍ନୀ ଲୋଚନା ମାଝୀଙ୍କ ଦେହାନ୍ତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ସୁବିଧା ନିମନ୍ତେ ଝରାପାଲି ବଜାର ପ୍ରତିଷ୍ଠା କରିଥିଲେ ସ୍ଵର୍ଗତ ବିରଞ୍ଚି ମାଝୀଙ୍କ ଧର୍ମପତ୍ନୀ ଲୋଚନା ମାଝୀଙ୍କ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଜଣେ ଧର୍ମପରାୟଣା, ସୁଗୃହିଣୀ, ପରୋପକାରୀ ବ୍ୟକ୍ତିତ୍ୱ ଅଧିକାରୀଣି ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ମାନ୍ୟଗଣ୍ୟ ପୁଷ୍ପମାଲ୍ୟ ଅର୍ପଣ କରିବା ଶବାଧାରରେ ସାମିଲ ହୋଇଥିଲେ। ଝରାପାଲି ଗ୍ରାମର ଶ୍ମଶାନ ଠାରେ ଅନ୍ତେଷ୍ଟିକ୍ରିୟା ସମାପ୍ତ ହୋଇଯାଇଛି। ତାଙ୍କର ବଡ ପୁତୁରା ସଚିଦାନନ୍ଦ ମାଝୀ ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୧/୨୦୨୪---୯,୨୦ Sakhigopal News,6/11/2024