ସତ୍ୟବାଦୀରେ ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ଭଜନ ପୁସ୍ତକ ଉନ୍ମୋଚନ
ସାକ୍ଷୀଗୋପାଳ, ---- ସତ୍ୟବାଦୀରେ ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ କବି କୃପାନିଧି ପ୍ରଧାନଙ୍କ ଦ୍ୱାରା ରଚିତ ବାବା ଅକାଟେଶ୍ୱର ମହାଦେବଙ୍କ ଭଜନ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ କବିତା ପାଠଉତ୍ସବରେ ଶିକ୍ଷୟତ୍ରୀ ତଥା ଶିଶୁ ସାହିତିକା ସୁଜତା ଦେବୀ ଓ ଅଭୟ ଚରଣ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠିତ ସଭାରେ ଅତିଥି ଭାବେ ଶିଶୁ ସାହିତ୍ୟକ ଡ. ହେମନ୍ତ କୁମାର ଛୋଟରାୟ, ଷଡଙ୍ଗୀ , ଗବେଷକ ଲକ୍ଷ୍ମୀଧର ସାହୁ , ଶିକ୍ଷକ ବନମାଳି ବେହେରା ଓ କ୍ଷେତ୍ରବାସିନୀ ତ୍ରିପାଠୀ, ମଞ୍ଚୁଳା ଷଡଙ୍ଗୀ ପ୍ରମୁଖ ଯୋଗ ଦେଇ କାତ୍ତିକପୂର୍ଣ୍ଣମା ସମ୍ପର୍କରେ ମତ ପ୍ରକାଶ କରିଥିଷଲ । ଏହି ଅବସରରେ କବୟତ୍ରୀ ବିଶାଖା ଦେବୀ, ସୁନନ୍ଦା ମହାନ୍ତି, ନାଟ୍ରକାର ବିଭୁତି ପଟ୍ଟନାୟକ, ଅବସରପ୍ରାପ୍ତ ଅଧ୍ୟାପକ ନରେନ୍ଦ୍ର ବେହେରା, କବି ଦୀନକୃଷ୍ଣ ପ୍ରଧାନ, ସାହିତ୍ୟକ ରବୀନ୍ଦ୍ର ନାଥ ଫୁଳରାଣୀ ପାଳ, ରଞ୍ଜନ ମିଶ୍ର ଦୀଲୀପ କୁମାର ନାୟକ, ଲକ୍ଷ୍ମୀପ୍ରସାଦ ପାଣି, ରୋହିତ ଚମ୍ପତି, ପଞ୍ଚାନନ ମିଶ୍ର ପ୍ରଭାତ ସେଠୀ ୫୦ ରୁ ଅଧିକ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଷଲ । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାମ୍ବାଦିକ ଓ କବି କବୟତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଶିକ୍ଷକ ବିଜୟ କୁମାର ପରିଡା ଧନôଞାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୧/୨୦୨୪---୭,୧୦ Sakhigopal News, 14/11/2024