Breaking News

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଓଡିଶା ଷ୍ଟେଟ ଏ.ଏଫ.ଏଲ ଚାମ୍ପିୟନସିପ ୨୦୨୪ ଉଦଯାପିତ




ଜଟଣୀ :-ସ୍ଥାନୀୟ ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟରେ ଓଡିଶା ରାଜ୍ୟ ଅଷ୍ଟ୍ରେଲିୟାନ୍ ଫୁଟବଲ୍ ଚ୍ୟାମ୍ପିୟନସିପ୍ ଅନୁଷ୍ଠିତ ହୋଇଯାଇଛି l  ସେଞ୍ଚୁରିଅନ୍ କପ୍ ୨୦୨୪ ଓଡିଶା ଫୁଟବଲ ଆସୋସିଏସନ୍, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଓଡିଶା ଏବଂ ଥାମାର୍ରୁର୍ ଯୁବ ସଂଗଠନ, ଅଷ୍ଟ୍ରେଲିଆ ଏବଂ ଏଏଫଏଲ୍ ଭାରତ ସହଯୋଗରେ ଆୟୋଜିତ ହୋଇଥିଲା। ଏହି ଚ୍ୟାମ୍ପିୟନସିପ୍ ଲିଗ୍‌ଟି ୨୦୨୪ ନଭେମ୍ବର ୮ ଏବଂ ୯ ତାରିଖରେ ଖେଳ ଅନୁଷ୍ଠିତ ହୋଉଥିଲା । ଏହି ଲିଗ୍‌ରେ ୧୪ ଟି ଦଳ ଅଂଶଗ୍ରହଣ କରିଥିଲେ ଏବଂ ସମସ୍ତ ମ୍ୟାଚ୍ ଡବଲ୍ ହେଡର୍ ଲିଗ୍ ଆଧାରରେ ଖେଳାଗଲା।
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ବର କ୍ରୀଡା ସଂକୁଳରେ ଆୟୋଜିତ ଏହି ଚ୍ୟାମ୍ପିୟନସିପ୍‌ରେ ଓଡିଶାର ବିଭିନ୍ନ ସ୍ଥାନରୁ ୧୪ଟି ଦଳ ଅଂଶଗ୍ରହଣ କରିଥିଲେ l ଯେଉଁଥିରେ ଆଠଟି ବରିଷ୍ଠ ପୁରୁଷ ଦଳ ଓ ଦୁଇଟି କନିଷ୍ଠ ପୁରୁଷ ଦଳ ଅଂଶଗ୍ରହଣ କରିବା ସହ ପ୍ରଥମ ଥର ପାଇଁ ଚାରୋଟି ବରିଷ୍ଠ ମହିଳା ଦଳ ମଧ୍ୟ ଏହି ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିଛନ୍ତି l ଏହି ପ୍ରତିଯୋଗତାରେ ୨୦୦ରୁ ଅଧିକ ଖେଳାଳି ଏବଂ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ଏହି ଲିଗ୍‌ରେ ଅଂଶଗ୍ରହଣକାରୀ ଦଳଗୁଡିକ ହେଉଛି ମୟୁରଭଞ୍ଜ, ବାଲେଶ୍ୱର, ସେଞ୍ଚୁରିଅନ୍, କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ। 
ଏଇ ପ୍ରତିଯୋଗିତା ର ବିଜେତା ଦଳ ଅଷ୍ଟ୍ରେଲିଆନ ଜାତୀୟ ଚାମ୍ପିୟନସିପ ୨୦୨୪ ରେ ଖେଳିବେ ବୋଲି ଓଡିଶା ଫୁଟବଲଆସୋସିଏସନ ସଭାପତି ରାମଚନ୍ଦ୍ର ମୁର୍ମୁ କହିଛନ୍ତି l
ରୋମାଞ୍ଚକ ମୁକାବିଲାରେ, ଜୁନିଅର ବିଭାଗରେ ଖୋର୍ଦ୍ଧା ଦଳ ବିଜୟୀ ହେବା ସହିତ, ମହିଳା ସିନିଅର ବିଭାଗରେ ମୟୁରଭଞ୍ଜ ଦଳ ବିଜୟୀ ହୋଇଥିଲା ଏବଂ ପୁରୁଷ ସିନିଅର ବିଭାଗରେ କେନ୍ଦୁଝର ଦଳ ଶ୍ରେୟସ୍କର ବିଜୟ ହାସଲ କରିଥିଲା। ସେଞ୍ଚୁରିଅନ୍ ଦଳ ଉଭୟ ମହିଳା ଏବଂ ପୁରୁଷ ଦୁଇଟି ସିନିଅର ଟୁର୍ଣ୍ଣାମେଣ୍ଟରେ ରାନର୍-ଅପ୍ ଘୋଷିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ  ଅତିଥିମାନେ ପୁରସ୍କାରଗୁଡ଼ିକ ଦେଇଥିଲେ । ଯାହାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଓଡିଶା ସରକାରଙ୍କ ଖେଳ ଉପ-ନିର୍ଦ୍ଦେଶକ ଶ୍ରୀ ଅଶୋକ ମହାନ୍ତି, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର କ୍ୟାମ୍ପସର ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଧୀ, ବରିଷ୍ଠ ଫୁଟବଲ୍ କୋଚ୍ ଶ୍ରୀ ଆର୍. କେ. ମଣ୍ଡଳ ଏବଂ ସେଣ୍ଟୁରିଅନ୍ ବିଶ୍ୱବିଦ୍ୟାଳୟର କ୍ରୀଡା ନିର୍ଦ୍ଦେଶକ ଶ୍ରୀ ରବିନାରାୟଣ ରାଉତରାୟ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୧୧/୨୦୨୪----୧୦,୨୦ Sakhigopal News,12/11/2024

Blog Archive

Popular Posts