ନର୍ଦ୍ଦମା ଜଳ ଘେରରେ ରେଲୱେ କ୍ଵାଟର୍ସ , ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବାସ କରୁଛନ୍ତି ରେଳ କର୍ମଚାରୀ
ଜଟଣୀ :-ଜଟଣୀ ସହରର ପରିଚୟ ସୃଷ୍ଟି କରେ ପୂର୍ବତଟ ରେଳବାଇର ଖୋର୍ଦ୍ଧାରୋଡ଼ ମଣ୍ଡଳ l ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ପ୍ରତିଷ୍ଠିତ ରେଲୱେ କଲୋନୀ ମଧ୍ୟରୁ ଲୋକକଲୋନୀ ଅନ୍ୟତମ l ଏହି କଲୋନୀରେ ଅନେକ ରେଳ କର୍ମଚାରୀ ଡ୍ରାଇଭର ଠାରୁ ଆରମ୍ଭ କରି ଗାର୍ଡ, ଟିଟିଇ, ରେଳ ସୁରକ୍ଷା କର୍ମଚାରୀ, ସଫେଇ କର୍ମଚାରୀ ବାସ କରୁଥିଲେ l ରେଲୱେର ଉନ୍ନତି କରଣ ତଥା ଲୋକ କଲୋନୀ ପାର୍ଶ୍ୱରେ ଦ୍ଵିତୀୟ ଷ୍ଟେସନ ପ୍ଲାଟଫର୍ମ ନିର୍ମାଣ ପାଇଁ ଅନେକ କ୍ଵାଟର୍ସ ଗୁଡିକୁ ଉଚ୍ଛେଦ କରିଦିଆଗଲା l ଯେଉଁ କ୍ଵାଟର୍ସ ଗୁଡିକ ନ ଉଚ୍ଛେଦ ହୋଇ ରହିଲା ତା 'ର ରକ୍ଷଣା ବେକ୍ଷଣ ଦାଇତ୍ୱ ରେଲୱେ ପ୍ରଶାସନ ସମ୍ପୂର୍ଣ ଭୁଲିଗଲେ l ରେଳବାଇ ପକ୍ଷରୁ ପ୍ରତ୍ୟକ କାର୍ଯ୍ୟପାଇଁ ବେସରକାରୀ ଠିକା ସଂସ୍ଥାକୁ କାର୍ଯ୍ୟଭାର ଦେଲେ l ଯାହା ଫଳରେ ଠିକାଦାରଙ୍କ ମନମାନି ବଢିଲା l ରେଳବାଇର ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ କୋମା ପାଲଟିବା ଫଳରେ ରେଳବାଇ ପରିସର ସମ୍ପୂର୍ଣ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି l ଯାହାଫଳରେ ବାସ କରୁଥିବା ରେଳ କର୍ମଚାରୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅତିବାହିତ କରୁଛନ୍ତି l ସୂଚନା ମୁତାବକ ଲୋକ କଲୋନୀ ସ୍ୱାସ୍ଥ୍ୟ ବିଭାଗ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଥିବା କ୍ଵାଟର୍ସ ନଂ ୧୭୩, ୧୭୪, ୧୭୫, ୧୮୦, ଭଳି ଅନେକ କ୍ଵାଟର୍ସ ନର୍ଦମା ଜଳ ଘେରରେ ଅବସ୍ଥାପିତ l ତା ସାଙ୍ଗକୁ କ୍ଵାଟର୍ସ ଚାରିପାଖ ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ଜଙ୍ଗଲ ସୃଷ୍ଟି ହୋଇଛି l ଫଳରେ ସରୀସୃପଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ରାତି ହେଲେ ସରୀସୃପ ଘର ଭିତରେ ପ୍ରବେଶ କରିବା ଫଳରେ କ୍ଵାଟର୍ସରେ ବାସ କରୁଥିବା ରେଳ କର୍ମଚାରୀଙ୍କ ପରିବାର ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି l କ୍ଵାଟର୍ସ ବାସି କୁହନ୍ତି ଏହି ବାବଦରେ ଅନେକ ବାର ଅଭିଯୋଗ ପତ୍ର ମାଧ୍ୟମରେ ଉଚ୍ଚ ରେଳବାଇ କତୃପକ୍ଷଙ୍କୁ ଦାବି ଜଣାଇଲେ ମଧ୍ୟ ଏହା ପ୍ରତି କୌଣସି କର୍ଣ୍ଣପାତ କରୁନାହାନ୍ତି l ସୂଚନା ମୁତାବକ ଆଗକୁ ଏହାର କୌଣସି ସମଧାନ ନ ହୁଏ ବା କୌଣସି ପ୍ରକାର ସୁବିଧା ନ ମିଳେ ତେବେ ରେଲୱେ ମ୍ୟାନେଜରଙ୍କ ନିକଟକୁ ଅଭିଯୋଗ ପତ୍ର ପ୍ରଦାନ କରାଯିବ ବୋଲି ବସକରୁଥିବା ରେଲୱେ କର୍ମଚାରୀ ତଥା ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୧/୨୦୨୪------୮ ,୪୫ Sakhigopal News,21/11/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୧/୨୦୨୪------୮ ,୪୫ Sakhigopal News,21/11/2024