Breaking News

ଘରେ ଚାଲିଥିଲା ବେଆଇନ୍ କାଠ ଡିପୋ.. ବନବିଭାଗ ର ଚଢ଼ାଉ, ବିପୁଳ ପରିମାଣର କାଠ ପଟା ଜବତ, ଜଣେ ଗିରଫ


ଭଞ୍ଜନଗର - ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ, ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ବେଲଗୁଣ୍ଠା ସେକ୍ସନ୍ ବନବିଭାଗ ନିକଟସ୍ଥ ଲୁଣିଝୋଳା ଗାଁ ର ପାଣୁ ସେଠୀଙ୍କ ନିର୍ମାଣଧୀନ ଘରେ ଚଢ଼ାଉ କରିଥିଲା । ସେଠାରେ ବେଆଇନ୍ ଭାବେ ଚାଲିଥିବା ଏକ ମିନି କାଠ ଡିପୋ ଠାବ କରିଥିଲା । ସେଠାରେ ଥିବା ବିପୁଳ ପରିମାଣର ଚୋରା କାଠ ପଟା ଜବତ କରିଥିଲେ ବନବିଭାଗ ଟିମ୍ । ଏହାସହ କିଛି ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଛି। ଏସବୁ ବେଆଇନ୍ କାଠ କାରବାର ଚଳାଇଥିବା ପାଣୁ ସେଠୀ ନାମକ ଜନୈକ ବ୍ୟକ୍ତି କୁ ଗିରଫ କରିଛି ବନବିଭାଗ । ଦୀର୍ଘ ଦିନ ଧରି ଏଭଳି ଚୋରା କାଠ କାରବାର ଚଳାଇ ଆସୁଥିଲେ ସଂପୃକ୍ତ ଅଭିଯୁକ୍ତ । ତେବେ ଜବତ କାଠ ପଟା ମଧ୍ୟରେ ଶାଗୁଆନ ଏବଂ ଆମ୍ବ ପଟା ରହିଛି । ଜବତ ହୋଇଥିବା କାଠର ସଠିକ୍ ପରିମାଣ ବନବିଭାଗ ହିସାବ କରୁଥିବା ବେଳେ , ଦୁଇଟି ଟ୍ରାକ୍ଟର ରେ କାଠ ଜବତ ହୋଇଥିବା ଜଣାପଡିଛି । ଏନେଇ ବନବିଭାଗ ଅନୁସନ୍ଧାନ ଜାରୀ ରଖିଛି ।ଏହି ଚଢାଉରେ ବନାଞ୍ଚଳ ଅଧିକାରୀ ସୁଜାତା କୁମାରୀ ପଣ୍ଡା ବେଲଗୁଣ୍ଠI ବନପାଳ ଭି ଭେଙ୍କଟ ଦୋରା ବନରକ୍ଷୀ ସମେତ ସ୍ମାର୍ଡ କର୍ମଚାରୀମାନେ ସାମିଲ୍ ଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୧/୨୦୨୪---୧୨,୫୫ Sakhigopal News,10/11/2024

Blog Archive

Popular Posts