ବେଲଗୁଣ୍ଠା ବ୍ଳକର ନବାଗତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଭଂଜନଗର - ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ନବ ନିଯୁକ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ଠାରେ ପ୍ରାଥମିକ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବେଲଗୁଣ୍ଠା ବ୍ଳକର ୩୭ ଜଣ ନବାଗତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରିଥିଲେ । ଶିକ୍ଷକ ମାନେ ନୀତିବାନ ଏବଂ ଆଦର୍ଶବାନ ହେବା ଦରକାର ବୋଲି ଅତିଥି କହିଥିଲେ। ଏଣୁ ଏହି ଧାରାକୁ ବଜାୟ ରଖିବା ସହ, ଶିକ୍ଷାର ମାନ ବୃଦ୍ଧି କରିବା ଆବଶ୍ୟକ ବୋଲି, ବିଧାୟକ ଶ୍ରୀ ବିଷୋୟୀ ନିଜ ପ୍ରତିକ୍ରିୟାରେ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଯୋଗଦେଇ, ନବାଗତଙ୍କୁ ଶୁଭେଛା ଜଣାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିଷୋୟୀଙ୍କ ସମେତ ନେଟଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି - ମୃତ୍ୟୁଞ୍ଜୟ ପଣ୍ଡା, ପୂର୍ବତନ ସଭାପତି - ଶଙ୍ଖନାଦ ସେନାପତି, ସମାଜସେବୀ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ - ଆକୁଳ ସାହୁ, ସନିତ କୁମାର ଜେନା, ମନୋରଞ୍ଜନ ବିଷୋୟୀ, ଟୁକୁନା ବେହେରା ପ୍ରମୁଖ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୧/୨୦୨୪----୭,୪୦ Sakhigopal News,22/11/2024