Breaking News

ନୀଳାଚଳ କୃଷକ ମହାସଂଘର ସାଙ୍ଗଠନିକ ବୈଠକ

 



 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସଦାନନ୍ଦପୁର ସ୍ଥିତ ମାଳ ବାଲୁଙ୍କେଶ୍ୱର ଦେବଙ୍କ ପୀଠ ନିକଟରେ ନୀଳାଚଳ କୃଷକ ମହାସଂଘର ଏକ ସାଙ୍ଗଠନିକ ବୈଠକ ଅନୁଷ୍‌ଠିତ ହୋଇଯାଇଛି । ବୈଠକରେ ସଂଘର ଉପସଭାପତି ପ୍ରକାଶ କୁମାର ନାୟକ ସଭାପତିତ୍ୱ କରିଥିଲେ । ବୈଠକରେ ଯୋଗ ଦେଇଥିବା ବିଭିନ୍ନ ପଞ୍ଚାୟତରୁ ଚାଷୀ ମାନେ ମତ ପ୍ରକାଶ କରିଥିଲେ ଯେ ସରକାର ଏବେ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାର ଜାଣିଥିଲେ ମଧ୍ୟ ଏବେ ଉଦାସୀନ ରହୁଛନ୍ତି । ଏହାକୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।ବିଶେଷ କରି ପୁରୀ ଜିଲ୍ଲାରେ ନଦୀ ଓ ନାଳ ଖନନ, ଜଳ ନିଷ୍କାସନ, ଜଳ ସଂରକ୍ଷଣ, ଜଳ ସେଚନ, ଅଧିକ ଫସଲ ଅମଳକ୍ଷମ, ସଂରକ୍ଷଣ ଓ ବିପଣନ କାର୍ଯ୍ୟ ସହିତ ଆଗରୁ ଦିଆଯାଇଥିବା ବିଭିନ୍ନ ଦାବି ପ୍ରତି ନଜର ଦେବାକୁ ସଂଗଠନ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି । ଏହା ସହିତ ସାଙ୍ଗଠନିକ ସମ୍ପର୍କରେ ଆଲେଚନା କରାଯାଇଥିଲା । ସଂଗଠନର ରାଜ୍ୟ ସଭାପତି  ତଥା ଆଇନଜୀବୀ ଗୋପିନାଥ ମିଶ୍ରଙ୍କ କାର୍ଯ୍ୟକୁ ବୈଠକରେ ସ୍ୱାଗତ କରାଯିବା ସହ ଚାଷ ଓ କୃଷକ ମାନଙ୍କ ପାଇଁ ଚିନ୍ତା କରୁଥିବାରୁ  ତାଙ୍କୁ ଧନ୍ୟବାଦ ଦିଆଯିବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।  ଅନୁଷ୍ଠିତ ସଭାରେ ସମ୍ପାଦକ ନିରଞ୍ଜନ ମହାପାତ୍ର, ସୁଶାନ୍ତ କୁମାର ଶତପଥି, ବିପ୍ରବର ପାତ୍ର, ଶରତ ଚନ୍ଦ୍ର ବରାଳ, ଫଗୁଚରଣ ପରିଡା, ଚନ୍ଦ୍ରକାନ୍ତ ରାଉତରାୟ,  ଅନାଥ ଚରଣ ଦାସଙ୍କ ସହିତ ଶତାଧିକ ଚାଷୀ ଓ ଚାଷୀ ନେତା ମାନେ ଯୋଗ ଦେଇ ଆଲେଚନାରେ ଭାଗ ନେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୧/୨୦୨୪---୭,୨୫    Sakhigopal News, 17/11/2024

Blog Archive

Popular Posts