ନିଜ ଦକ୍ଷତାର ପରିଚୟ ଦେଇ ଦୁଇ ଦୁଇଟି ଅଧକ୍ଷ ପଦ ଗ୍ରହଣ କଲେ ସତ୍ୟବ୍ରତ ମହାନ୍ତି
ଜଟଣୀ :--ଜଟଣୀ ନିର୍ବାଚନ ମଣ୍ଡଳୀର ଛତାବର ସ୍ଥିତ ବାଉରୀବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିରିକ୍ତ ଅଧକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ଶ୍ରୀ ସୋମନାଥ ବାଲେଙ୍କଶ୍ୱର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଅଧକ୍ଷ ସତ୍ୟବ୍ରତ ମହାନ୍ତି l ସୂଚନା ମୁତାବକ ବାଉରୀବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୌଣସି କାରଣକୁ ନେଇ ଦୁଇ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଲାଗିରହିଲା l ଏପରିକି ଏହି ବିବାଦର ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଅଦାଲତରେ ପହଁଚିଲା l ଅଦାଲତ ଉକ୍ତ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅଭିଯୋଗକାରୀ ଓ ପ୍ରତି ଅଭିଯୋଗକାରୀଙ୍କୁ ବାଦ ଦେଇ ୬୬୨ ମହାବିଦ୍ୟାଳୟ ମଧ୍ୟରୁ ନିକଟସ୍ଥ କୌଣସି ଏକ ମହାବିଦ୍ୟାଳୟର ଅଧକ୍ଷଙ୍କୁ ଅତିରିକ୍ତ ଦାୟିତ୍ୱ ଦେବାପାଇଁ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶଙ୍କୁ ଆଦେଶ ପ୍ରଦାନ କଲେ l ନିର୍ଦ୍ଧେଶକ ଉକ୍ତ ଆଦେଶକୁ ଗ୍ରହଣ କରି ତାଙ୍କର ପତ୍ର ସଂଖ୍ୟା ୧୨୭୦୩/୨୩. ୧0.୨୪ ରେ ଶ୍ରୀ ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଅଧକ୍ଷ ସତ୍ୟବ୍ରତ ମହାନ୍ତିଙ୍କୁ ବାଉରୀବନ୍ଧୁ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ ସହ ଆର୍ଥିକ କ୍ଷମତା ମଧ୍ୟ ପ୍ରଦାନ କଲେ l ଶ୍ରୀ ମହାନ୍ତି ବାଉରୀବନ୍ଧୁ ଉଚ୍ଚ ବିଦ୍ୟାଳୟର ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୧୧/୨୦୨୪----୮,୨୦ Sakhigopal News,13/11/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୧୧/୨୦୨୪----୮,୨୦ Sakhigopal News,13/11/2024