Breaking News

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ଉଦଯାପିତ



ଜଟଣୀ :-ସ୍ଥାନୀୟ ଓଁ ଏବଂ ମା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ୧୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l  ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ କ୍ରୀଡା ଶିକ୍ଷକ ଡ଼ଃ ବେଣୁଧର ଦାଶ ଓ କେଦାର ବରାଳ ଯୋଗ ଦେଇ କ୍ରୀଡାର ମହତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଧ୍ୱଜା ରୋହଣ ହେବାପରେ କ୍ରୀଡ଼ାବିତ ମାନଙ୍କ ଦ୍ୱାରା ଅଭିବାଦନ ସଂଚାଳନ କରାଯାଇଥଲା l "ମା"ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରଙ୍ଗନାଥ ବେହେରା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l "ଓଁ"ଶିଶୁ ବିଦ୍ୟା ମନନ୍ଦିରର ପ୍ରଧାନ ଆଚାର୍ଯ୍ୟ ହିମାଂଶୁ ଶେଖର ବାରିକ ଦ୍ୱାରା  କ୍ରୀଡା ଜ୍ୟୋତି ଅଣାଯାଇ ସ୍ଥାପିତ କରାଯାଇଥିଲା l ପରିଚାଳନା ସମିତିର ସମ୍ପାଦକ ସୁଶାନ୍ତ କୁମାର ସୁବୁଦ୍ଧି  ଉପସ୍ଥିତ ରହି କ୍ରୀଡା ଶୁଭାରମ୍ଭ କରିଥିଲେ l ଏହି କ୍ରୀଡାରେ ଶିଶୁ ବିଭାଗର ୧୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଅତିଥିମାନେ କ୍ରୀଡା ଉତ୍ସବରେ ଯୋଗ ଦେଇ ଶିଶୁ ମନ୍ଦିରର ପାଠପଢା ସହ ଶାରୀରିକ ପଦର୍ଶନ ଉଚ୍ଚକୋଟିର ବୋଲି ଅବିହିତ କରିଥିଲେ l କ୍ରୀଡା ବିବରଣୀ ବିଦ୍ୟାଳୟର କ୍ରୀଡା ପ୍ରମ୍ମୁଖ ବିନୀତା ଷଡ଼ଙ୍ଗୀ ପାଠ କରିଥିଲେ l  ବିଦ୍ୟାଳୟର ସମସ୍ତ ଗୁରୁଜୀ ଏବଂ ଗୁରୁମାଙ୍କ ପ୍ରଚେଷ୍ଠା ଫଳରେ ଖେଳଟି ସୁରୁଖୁରୁରେ ସମାପନ ହୋଇଥିଲା l ଶେଷରେ  ମମତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧୧/୨୦୨୪----୭,୨୦ Sakhigopal News,29/11/2024

Blog Archive

Popular Posts