Breaking News

ସତ୍ୟବାଦୀ ମଣ୍ଡଳ ସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦଯାପିତ ; ସାତଟି ଥିମରେ୧୪୨ଟି ପ୍ରକଳ୍ପ ସ୍ଥାନ ପାଇଲା





 ସାକ୍ଷୀଗୋପାଳ----ସତ୍ୟବାଦୀ ମଣ୍ଡଳ ସ୍ତରୀୟ ବିଜ୍ଞାନ ,ଗଣିତ ଓ ପରିବେଶ ପ୍ରଦର୍ଶନୀ  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଏ ବର୍ଷ ସାତଗୋଟି ଥିମ ରଖିଛନ୍ତି । ସେ ଗୁଡିକ ହେଲା ଖାଦ୍ୟ ଓ ସ୍ୱାସ୍ଥ୍ୟ ପରିଚ୍ଛନ୍ନତା, ପରିବହନ ଯୋଗାଯୋଗ, ପାକୃତିକ କୃଷି, ବିପର୍ଯ୍ୟୟ ପରିଚାଳନା, ଗଣିତ ନମୁନା ଓ କମ୍ପ୍ୟୁଟର ,ବଜ୍ୟବସ୍ତୁ ପରିଚାଳନା ଓ ସମ୍ବଳ ସୁପରିଚାଳନା  ଉପରେ ପ୍ରକଳ୍ପ ପ୍ରଦର୍ଶିତ କରିବା ପାଇଁ ବିଦ୍ୟାଳୟ ମାନଙ୍କୁ କୁହାଯାଇଥିଲା । ସେହି ନିୟମ ଅନୁଯାୟୀ ସତ୍ୟବାଦୀ ବ୍ଳକର ୧୨୫ ଗୋଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୧୪୨ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଏହି ପ୍ରଦର୍ଶନୀ ମେଳାକୁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରି ପିଲା ମାନଙ୍କ ମଧ୍ୟରେ ବୈଜ୍ଞାନିକ ହେବା ପାଇଁ ଏକ ମାଧ୍ୟମ ବୋଲି କହିଥିଲେ । ଏହି କୁନି କୁନି ପିଲା ମାନେ କାଲି ଜଣେ ଜଣେ ବଡବୈଜ୍ଞାନିକ ନ ହେବେ ବୋଲି କେହି କହି ପାରିବେ ନାହିଁ ବୋଲି କହିଥିଲେ ।  ଦିଲୀପ କୁମାର ଗୋଛାୟତ, ତାପସ ପିୟଦର୍ଶନା, ଗୌତମ ମହାପାତ୍ର ପ୍ରକଳ୍ପ ଗୁଡିକ ମୂଲ୍ୟାୟନ କରିଥିଷଲ । ଉଦଯାପନରେ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଠୁପିୟା ବରାଳ, ସତ୍ୟବାଦୀ ମଣ୍ଡଳ ଶିକ୍ଷା ଅଧିକାରିଣୀ ଭବମ ପ୍ରଧାନ , ସାଧାନା କେନ୍ଦ୍ର ସଂଯୋଜକ ପ୍ରଭାସ ଚନ୍ଦ୍ର କରଣ, ସରକାରୀ ବାଳିକା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦାଶ ଓ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଅର୍ଜୁନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ର ବିଜ୍ଞାନ ମେଳାରେ ଯୋଗ ଦେଇଥିବା ପିଲାମାନଙ୍କୁ ଉନ୍ନତ ମାନର ପ୍ରକଳ୍ପ କରି ଜିଲ୍ଲା ସ୍ତରରେ ନାମ କରି ରାଜ୍ୟ ସ୍ତରରେ ଏକ ନମ୍ବର ହେବା ପାଇଁ ଆହ୍ୱନ ଦେଇଥିଲେ । ଏହି ଅବସରରେ ପ୍ରକଳ୍ପ ଆଣିଥବା ଛାତ୍ରଛାତ୍ରୀ ଓ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ପ୍ରକଳ୍ପର ପିଲାମାନଙ୍କୁ ବିଧାୟକ ଓ ଅନ୍ୟ ଅତିଥି ମାନେ ମାନପତ୍ର ଦେଇ ସମ୍ବଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ସିଆରସିସି ଗୋପିନାଥ ମିଶ୍ର ସଂଯୋଜନା କରିଥିବା ବେଳେ ଅନ୍ୟ ସିଆରସିସି ଓ ଗାଇଡି ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହିତ ବିଦ୍ୟାଳୟର ସମସ୍ତ ଶଇକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୧/୨୦୨୪----୮,୧୦      Sakhigopal News, 22/11/2024

Blog Archive

Popular Posts